• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବସ୍ ଚଳାଉଥିବା ବେଳେ ସିଟ୍‌ରେ ହିଁ ଟଳି ପଡ଼ିଲେ ଡ୍ରାଇଭର । ବସ୍ ଅଟକିବା ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସନ୍ଦେହ କରାଯାଉଛି, ଗାଡ଼ି ଚଳାଉଥିବା ବେଳେ ହିଁ ଡ୍ରାଇଭରଙ୍କୁ ହାର୍ଟ ଆଟାକ ଆସିଛି । ତାପରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସ୍‌ର ସମସ୍ତ ଯାତ୍ରୀ ।

ଏହି ଖବର ହେଉଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରିର। ଗତରାତିରେ ସାରଙ୍ଗଡ଼ରୁ ଭୁବନେଶ୍ୱର ଯାଉଥିଲା ମହାଲକ୍ଷ୍ମୀ ବସ୍ । ପାବୁରିଆରୁ ଜି ଉଦୟଗିରି ରାସ୍ତାରେ ହଠାତ୍ ବସ୍ ଏପଟ ସେପଟ ହେବାକୁ ଲାଗିଲା । ହେଲପର ଏହା ଜାଣି ଡ୍ରାଇଭରଙ୍କ ପାଖକୁ ଗଲେ । ଠିକ୍ ସେତିକି ବେଳେ ହିଁ ରାସ୍ତା କଡ଼ର ଏକ ଛୋଟ ପୋଲକୁ ଧକ୍କା ଦେଇ ବସ୍‌ଟି ଅଟକି ଯାଇଥିଲା । ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ଡ୍ରାଇଭରଙ୍କୁ ଟିକାବାଲି ମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ମୃତକ ଡ୍ରାଇଭର ଜଣକ ହେଲେ ସନା ପ୍ରଧାନ। ବସ୍ ଚଳାଉଥିବା ବେଳେ ହିଁ ହାର୍ଟ ଆଟାକ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସୌଭାଗ୍ୟବଶତଃ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍ । ଯାତ୍ରୀମାନେ ମଧ୍ୟ ଅଳ୍ପକେ ରକ୍ଷା ପାଇଛନ୍ତି ଭଗବାନଙ୍କ ଆଶୀର୍ବାଦରୁ ।