• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ । ଆଜି ସକାଳୁ ସକାଳୁ ଏକ ଟାଟା ସୁମୋ ସହ ଏକ ଟ୍ୟାଙ୍କର ଧକ୍କା ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାର କାରଣ ସଠିକ୍‌ ଭାବେ ଜଣାପଡ଼ିନଥିବାବେଳେ ସକାଳ ସମୟରେ ଅଳ୍ପ କୁହୁଡ଼ି ସାଙ୍ଗକୁ ଆକାଶ ମେଘାଚ୍ଛନ ରହିଥିବା ଯୋଗୁଁ ଏହି ଦୁର୍ଘଟରା ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ୧୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କାରିଛନ୍ତି ।

କର୍ଣ୍ଣାଟକର ଚିକ୍କାବଲାପୁର ସହରରେ ଏହି ଦୁର୍ଘଟଣା ଘଟିଛି । ୪୪ ନମ୍ବର ଜାତୀୟ ରାଜପଥରେ ଥିବା ଚିକ୍କାବଲାପୁରା ଟ୍ରାଫିକ ପୋଲିସ ଷ୍ଟେସନ ନିକଟରେ ଏହି ଘଟଣା ହୋଇଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏନେଇ ଖବର ପାଇବା ପରେ କର୍ଣ୍ଣାଟକ ଉଚ୍ଚଶିକ୍ଷା ମନ୍ତ୍ରୀ ଏମ.ସି ସୁଧାକର ପ୍ରତିକ୍ରିୟା ରଖିଛନ୍ତି ।

କର୍ଣ୍ଣାଟକର ଚିକ୍କାବଲାପୁରରେ ସକାଳୁ ସକାଳୁ କୋହଲା ପାଗ ଲାଗି ରହିଥିଲା । କିଛି ଅଞ୍ଚଳରେ କୁହୁଡି ସହିତ ଆକାଶ ଆଂଶିକ ମେଘୁଆଚ୍ଛନ ରହିଥିଲା । ସର୍ବାଧିକ ତାପମାତ୍ରା ୩୧ରୁ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ନେଇ ଆଶା କରାଯାଉଛି ।