ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା ।
ମୁମ୍ବାଇ ଘାଟକୋପରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ରେସ୍କ୍ୟୁ ଅପରେସନ ଶେଷ ହୋଇଛି । ଘଟଣାସ୍ଥଳରୁ ୭୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏପଟେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।
ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ।
ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।
ଦୁର୍ଘଟଣା ପରେ ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।
ବୈଷୟିକ ତ୍ରୁଟି ହେତୁ ଏହି ଘଟଣା ଘଟିଛି ଏବଂ ଏହାର ଯାଞ୍ଚ କରାଯାଉଛି ବୋଲି ପୋଲିସ କହିଛି। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମିନି ବସ୍ । ନିର୍ବାଚନ ଡ୍ୟୁଟିକୁ ପୋଲିଂ ପାର୍ଟି ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।
ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟେ ପରିବାରର ଚାରିଜଣ ସଦସ୍ୟଙ୍କ ସମେତ ୧୧ ମାସର ଛୋଟଝିଅର ମଧ୍ୟ ମୃତ୍ୟୁ ଘଟିଛି । ପୂରା ପରିବାର ଜମ୍ମୁରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରୁ ଫେରୁଥିବା ବେଳେ ଭୋର୍ ପ୍ରାୟ ୫.୩୦ ରେ ରାୟପୁର ରସୁଲପୁର ଗ୍ରାମରେ ଦୁର୍ଘଟଣା ଘଟିଥିଲା ।
ପୁଅକୁ ବଞ୍ଚାଇବା ପାଇଁ ବାପା ଓ ମା’ ଉଦ୍ୟମ କରିଥିଲେ। ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ହୋଇଛନ୍ତି।
ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ କରିଯାଇଛି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ୩ଟି ଦମକଳ ଗାଡି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ । ତୃତୀୟ ମହଲାରେ ଥିବା କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି।
ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି।
ଦୁର୍ଗାପୁରରୁ ଆସନସୋଲ ଯାଉଥିଲେ ଦିଦି । ସେଠାରେ ସେ ଟିଏମସି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ହେଲିକପ୍ଟର ଭିତରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ ।
ବିବାହ ଶୋଭାଯାତ୍ରାରେ ଆତସବାଜି ଯୋଗୁଁ ଏକ ଘରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ, ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ୩ ଜଣ ଯୁବକ ଏକ ବାଇକରେ ଅନୁଗୁଳ ଆଡ଼କୁ ଆସୁଥିବା ବେଳେ ପଞ୍ଚମହଲା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେବା ସହ କିଛି ବାଟ ଘୋଷାଡି ନେଇଥିଲା ।
ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିନ୍ତୁ ସିଲିଣ୍ଡର ବ୍ଲାଷ୍ଟ କିମ୍ବା ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ନୌସେନା ପରେଡ୍ ପାଇଁ ଅଭ୍ୟାସ ବେଳେ ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ୧୦ ଜଣଙ୍କ ଜୀବନ ଯାଇଛି।
ଶ୍ମଶାନ କାନ୍ଥ ଭୁଶୁଡ଼ିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଗଲା ।
୩୨ ଜଣ ଯବାନଙ୍କୁ ନେଇ ବସଟି ଦାନ୍ତେୱାଡାର ଫରସପାଲିରୁ ଫେରୁଥିଲା ଜଗଦଲପୁର । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ଯବାନ ଫେରୁଥିଲେ । ଆହତ ଯବାନଙ୍କୁ ଧିମ୍ରାପାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆଉ କିଛି ଆହତ ଯବାନଙ୍କୁ ତୁକାପାଲ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।
ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଝାରସୁଗୁଡ଼ା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ବାକି ୭ ନିଖୋଜଙ୍କ ମୃତଦେହ ପାଣିତଳୁ ଉଦ୍ଧାର କରାଯାଇଛି ।
ଡଙ୍ଗାବୁଡ଼ିରେ ଚାଲିଗଲା ସାତ ସାତ ଜଣ ନିରୀହଙ୍କ ଜୀବନ । ଖୁସି ମଉଜରେ ପିକନିକ୍ ସାରି ଖୁସିରେ ଖୁସିରେ ଘରକୁ ବାହୁଡ଼ିବା ବେଳକୁ ଅକାଳ ଅଘଟଣ କେଉଁଠି ଥିଲା କେଜାଣି, ଝଡ଼ ଭଳି ମାଡ଼ି ଆସି ଉଜାଡ଼ି ଦେଲା ସବୁକିଛି, ଧୋଇଦେଲା ସବୁ ଖୁସି ।
ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି ।