Advertisment

କାର୍‌କୁ ଧକ୍କା ଦେଲେ ଟ୍ରକ୍‌, ଚାଲିଗଲା ୯ ଜୀବନ

ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ।

author-image
Santosh Kumar Sahoo
Accident

Accident

ରାଜସ୍ଥାନର ଝାଲାୱାର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ବରଯାତ୍ରୀଙ୍କୁ ନେଇ ଫେରୁଥିବା ଏକ କାର ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହାଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Advertisment

ସୂଚନା ଅନୁଯାୟୀ, ଆଜି ସକାଳେ ଜିଲ୍ଲାର ଆକ୍ଲେରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମଧ୍ୟପ୍ରଦେଶର ଡୁଙ୍ଗ୍ରିରେ ଏକ ବିବାହ ସମାରୋହରେ ଯୋଗଦେଇ ଏହି ଲୋକମାନେ ଦୁଗାରଗାଓଁ ଫେରୁଥିଲେ। ଏହି ସମୟରେ NH 52ରେ ପଚୋଲା ନିକଟରେ ଏକ ଟ୍ରକ ଏହି ଏହି କାରକୁ ଧକ୍କା ଦେଇଥିଲା ।

ଆକ୍ଲେରା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସନ୍ଦୀପ ବିଷ୍ଣୁ କହିଛନ୍ତି ଯେ ଏହି ଦୁର୍ଘଟଣା ପୋଲିସ ଷ୍ଟେସନଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଭୋପାଳ ରାସ୍ତାରେ ଘଟିଛି। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭ୍ୟାନରେ ଫସି ରହିଥିବା ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲା। ସେଠାରେ ଡାକ୍ତର ୯ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି ।

Advertisment
Road Accident
Advertisment
Advertisment