/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713588595.jpg)
Boat Tragedy
ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି । ତେବେ ଏବେ ବି ଜଣେ ନିଖୋଜ ଅଛନ୍ତି । ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଏହାକୁ ମିଶାଇ ଏବେ ଯାଏଁ ଡଙ୍ଗା ବୁଡ଼ିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳ ୫ଟାରୁ ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଡଙ୍ଗା ବୁଡ଼ି ଘଟଣାରେ ମୃତକ ମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର ।
ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଡଙ୍ଗାରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ । ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ସେନେଇ ସ୍ପଷ୍ଟ ହୋଇନାହିଁ ।
କୁହାଯାଉଛି, ଏହା ଏକ ପୁରୁଣା ଡଙ୍ଗା ଥିଲା । ତେଣୁ ଓଭରଲୋଡିଂ ଯୋଗୁଁ ହୁଏତ ବୁଡ଼ିଯାଇଛି । ଏପରିକି ଡଙ୍ଗାରେ କୌଣସି ଲାଇଫ୍ ଜାକେଟ୍ ବି ନଥିଲା ବୋଲି ସୂଚନା ମିଳିଛି । ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)