• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୟାବହ ଅଗ୍ନିକାଣ୍ଡ । ବିହାର ପାଟନା ରେଲୱେ ଜଙ୍କସନ୍‌ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଦିନ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଦେଖାଯାଇଛି । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ପ୍ରାୟ ୬ ଜଣ ଲୋକ ଏହି ନିଆଁରେ ପୋଡ଼ି ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପଟେ ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ ଏକ ହୋଟେଲ୍‌ରେ ଘଟିଥିଲା।

ତେବେ ଅଗ୍ନିକାଣ୍ଡର ମୁଖ୍ୟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିନ୍ତୁ ସିଲିଣ୍ଡର ବ୍ଲାଷ୍ଟ କିମ୍ବା ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।

ହୋମଗାର୍ଡ ଓ ଫାୟାର ସର୍ଭିସ୍ ଡିଜି ଶୋଭା ଅକ୍ସର, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଏହି ଅଗ୍ନିକାଣ୍ଡ ପାଇଁ ହୋଟେଲ ମାଲିକଙ୍କୁ ଦୋଷ ଦେଇଥିଲେ । ସେ କହିଥିଲେ ଆମେ ୧୬ ହଜାର ହୋଟେଲ ଯାଞ୍ଚ କରିଛୁ । ସମସ୍ତଙ୍କୁ ଫାୟାର ସେଫ୍‌ଟି ବ୍ୟବସ୍ଥା ରଖିବାକୁ ନିର୍ଦେଶ ଦିଆଯାଇଛି । କିଛି ଜଣ ଏହା ମାନୁଛନ୍ତି ଆଉ କିଛି ଜଣ ଏହାକୁ ମାନି ନାହାନ୍ତି । ଯାହାଫଳରେ ଆଜି ଏଭଳି ସ୍ଥିତି ଉପୁଜିଛି । ଏବେ ବି ଆମେ ବିଭିନ୍ନ ହୋଟେଲଗୁଡ଼ିକୁ ଯାଞ୍ଚ କରୁଛୁ । ସେଠାରେ ଫାୟାର ସେଫ୍‌ଟି ବ୍ୟବସ୍ଥାକୁ ରଖିବାକୁ ବାଧ୍ୟ କରୁଛୁ ।

ତେବେ ଏହି ଅଗ୍ନିକାଣ୍ଡ ପଛରେ ସିଲିଣ୍ଡର ବ୍ଲାଷ୍ଟ ହିଁ ମୁଖ୍ୟ କାରଣ ବୋଲି ସିନିଅର ଅଧିକାରୀ, ପ୍ରାଥମିକ ତଦନ୍ତ ପରେ ସୂଚନା ଦେଇଛନ୍ତି । ଏହି ଅଗ୍ନିକାଣ୍ଡ ସକାଳ ପ୍ରାୟ ୧୧ଟା ସମୟରେ ଘଟିଥିଲା ।