• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବୈଷ୍ଣୋଦେବୀରେ ମାଆଙ୍କ ଦର୍ଶନ କରି ଫେରୁଥିଲେ । ସାଙ୍ଗରେ ପୂରା ପରିବାର ଥିଲା । ସମସ୍ତେ ବେଶ ଖୁସି ଥିଲେ । କିନ୍ତୁ ଏପରି ଏକ ସମୟରେ ଘଟିଲା ଦୁର୍ଘଟଣା ଆଉ ପୂରା ପରିବାର ନିଶ୍ଚିହ୍ନ ହୋଇଗଲା । ଏପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ପଞ୍ଜାବ ଜଳନ୍ଧରରେ । ମହାରାଷ୍ଟ୍ରର ପରିବାର ବୈଷ୍ଣୋଦେବୀରୁ ଦର୍ଶନ ସାରି ଫେରୁଥିବା ବେଳେ ଜଲନ୍ଧର-ପଠାନକୋଟ ରାଜପଥ ଦୁର୍ଘଟଣା ଘଟିଥିଲା ।

ଏହି ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟେ ପରିବାରର ଚାରିଜଣ ସଦସ୍ୟଙ୍କ ସମେତ ୧୧ ମାସର ଛୋଟଝିଅର ମଧ୍ୟ ମୃତ୍ୟୁ ଘଟିଛି । ପୂରା ପରିବାର ଜମ୍ମୁରେ ଅବସ୍ଥିତ ବୈଷ୍ଣୋଦେବୀ ମନ୍ଦିରରୁ ଫେରୁଥିବା ବେଳେ ଭୋର୍ ପ୍ରାୟ ୫.୩୦ ରେ ରାୟପୁର ରସୁଲପୁର ଗ୍ରାମରେ ଦୁର୍ଘଟଣା ଘଟିଥିଲା ।

ଯେଉଁ କାରରେ ପରିବାର ଥିଲେ, ସେହି କାରଟି ନିଜ ନିୟନ୍ତ୍ରଣ ହରାଇ ବସିଥିଲା । ଫଳରେ ଉକ୍ତ କାରଟି ଅନ୍ୟ ଏକ ବଡ଼ ଗାଡ଼ିକୁ ଧକ୍କା ଦେଇଥିଲା । ପରେ ପରେ କାରଟି ରାସ୍ତା କଡ଼ରେ ଥିବା ଗଛରେ ମଧ୍ୟ ପିଟି ହୋଇଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ଏତେ ଜୋରରେ ଧକ୍କା ହୋଇଥିଲାଯେ, କାର୍‌ର ପ୍ରତ୍ୟେକ ଅଂଶ ଭାଙ୍ଗିଯାଇଥିଲା ବୋଲି ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ଗାନୁ (୫୯) ହୋଇଥିବା ବେଳେ ତାଙ୍କ ପୁଅ ଲୋକେଶ୍ୱର (୩୩), ବୋହୁ ଅନିଶା (୨୬) ଙ୍କ ସହ ସେମାନଙ୍କର ୧୧ ମାସର ଛୋଟ ଝିଅ ନିହାରିକାର ମୃତ୍ୟୁ ହୋଇଯାଇଛି ବୋଲି ଜଣାପଡିଛି । ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା । ଅନ୍ୟ କାରରେ ଥିବା ଦୁଇଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।