Advertisment

ଘର ଆଗରେ ବସି ଗପସପ ହେଉଥିଲେ, ହଠାତ ଭୁଶୁଡ଼ିଲା କାନ୍ଥ, ଦେଖନ୍ତୁ ଭିଡିଓ...

ଶ୍ମଶାନ କାନ୍ଥ ଭୁଶୁଡ଼ିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଗଲା ।

author-image
Satyendu Shekher Mishra
Wall Collapsed

Wall Collapsed

ଘର ଆଗରେ ବସିଥିଲେ, ସବୁଦିନ ଭଳି କଥା ବାର୍ତ୍ତା ହେଉଥିଲେ। ହେଲେ କିଏ ଜାଣିଥିଲା କିଛି ସେକେଣ୍ଡ ମଧ୍ୟରେ ମୃତ୍ୟୁ ମାଡ଼ି ବସିବ। ଚାହୁଁ ଚାହୁଁ ଜୀବନଟା ଚାଲିଯିବ। କାନ୍ଥ ଭୁଶୁଡ଼ି ଚାଲିଯାଇଛି ଗୋଟିଏ ପରିବାରର ୫ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଘଟିଛି ହରିୟାଣା ଗୁରୁଗ୍ରାମ ଅଞ୍ଚଳରେ। ମଦନପୁରୀ ଅଞ୍ଚଳରେ ଏକ ଶ୍ମଶାନ କାନ୍ଥ ଭୁଶୁଡ଼ି ପଡ଼ିବା ଯୋଗୁଁ ପାଖରେ ବସିଥିବା ଗୋଟିଏ ପରିବାରର ୪ ଜଣ ବ୍ୟକ୍ତି ଓ ଜଣେ ଶିଶୁର ମୃତ୍ୟୁ ହୋଇଛି।

Advertisment

ପ୍ରତିଦିନ ଭଳି ଶ୍ମଶାନକୁ ଲାଗି ଥିବା କଲୋନୀର ଲୋକେ ଘର ପାଖରେ ବସିଥିଲେ। ହେଲେ ଶ୍ମଶାନର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବା ଯୋଗୁଁ ତା ପାଖରେ ବସିଥିବା ୫ ଜଣ ଏହା ତଳେ ଦବି ଯାଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି। ମୃତକମାନେ ହେଉଛନ୍ତି- ଦେବୀ ଦୟାଲ (୭୦), ମନୋଜ ଗାବା (୫୨), କୃଷ୍ଣ କୁମାର (୫୨) ଓ ତାନ୍ୟା (୧୧)। ଆହତଙ୍କ ନାଁ ଦୀପା ପ୍ରଧାନ। ତାଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ଜନବସତି ପାଖରେ ଥିବା ଏହି ଶଶ୍ମାନର ପାଚେରୀ ପାଖରେ ଚୌକିରେ ବସି କିଛି ଲୋକ ଗପସପ ହେଉଛନ୍ତି। ଜଣେ ବ୍ୟକ୍ତି ଛିଡ଼ା ହୋଇ ସେମାନଙ୍କ ସହିତ ଗପସପ କରୁଛନ୍ତି। ସେତିକି ବେଳେ ହଠାତ୍ ପାଚେରୀଟି ଭୁଶୁଡ଼ି ପଡ଼ିଛି। ତିନି ଜଣ ବ୍ୟକ୍ତି ପାଚେରୀ ତଳେ ପୂରା ଚାପି ହୋଇଯାଇଥିବା ସିସିଟିଭିରୁ ସ୍ପଷ୍ଟ ଜଣାପଡ଼ୁଛି। 

Advertisment

ପାଚେରୀ ଭୁଶୁଡ଼ି ପଡ଼ିବା ପରେ ତା’ ତଳେ ୪ ଜଣ ଲୋକ ଓ ୨ ଜଣ ଶିଶୁ ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣ ବ୍ୟକ୍ତି ଓ ଜଣେ ନାବାଳିକା ପ୍ରାଣ ହରାଇଥିଲେ। ଉଦ୍ଧାର ହେବା ପୂର୍ବରୁ ସେମାନଙ୍କ ମୃତ୍ୟୁ ଘଟି ସାରିଥିଲା। ଅନ୍ୟ ଜଣେ ଶିଶୁ ଓ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ଶିଶୁ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ପାଚେରୀଟି କାହିଁକି ଭୁଶୁଡ଼ିଲା ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ମାମଲାରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Wall Collapsed
Advertisment
Advertisment