/odishatv-khabar/media/post_attachments/uploadimage/library/16_9/16_9_0/BJD_1715657423.jpg)
BJD
ମହୁମାଛି ଆକ୍ରମଣରେ ବିଜେଡ଼ି ନେତା ଆହତ I ସୁବର୍ଣ୍ଣପୁର ବିନିକା ବ୍ଲକ ଅଂଚଳର ବିଭିନ୍ନ ଗାଁରେ ବଲାଙ୍ଗୀର ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରା ଗାଁକୁ ଗାଁ ଯାଇ ଭୋଟ ପ୍ରଚାର କରୁଥିଲେ I ହେଲେ ବିନିକା କଇନ୍ତରା ଗାଁ ନିକଟରେ ପ୍ରଚାର ଜୋରଦାର ଚାଲିଥିବା ବେଳେ ଡିଜେ ସାଉଣ୍ଡର ପ୍ରଚଣ୍ଡ ଶବ୍ଦ ହେବାରୁ ବିଜେଡି ନେତାଙ୍କୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ I
ମହୁମାଛି ଆକ୍ରମଣରେ ବିନିକା ବ୍ଲକ ବିଜେଡ଼ି ସଭାପତି ଦ୍ବାରିକାନାଥ ସାହୁଙ୍କ ସମେତ ପ୍ରାୟ ୨୦ ଜଣ ବିଜେଡ଼ି କର୍ମୀ ଆହତ ହୋଇ ବିନିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି I ଏପରିକି ବଲାଙ୍ଗିର ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବୀରମହାରାଜପୁର ବିଜେଡ଼ି ବିଧାନସଭା ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିବା ବିନିକା ବିଜେଡ଼ି ବ୍ଲକ ସଭାପତି କହିଛନ୍ତି I
ବିଜେଡିର ବିନିକା ବ୍ଳକ୍ ସଭାପତି ଦ୍ୱାରିକାନାଥ ସାହୁଙ୍କ ସୂଚନା ଅନୁଯାୟୀ, ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ପଦ୍ମନାଭ ବେହେରାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲେ। କଇନ୍ତରା ଗାଁରୁ ପ୍ରଚାର ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ମହୁମାଛିମାନେ ଆକ୍ରମଣ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)