ଡଙ୍ଗାବୁଡ଼ିରେ ଚାଲିଗଲା ସାତ ସାତ ଜଣ ନିରୀହଙ୍କ ଜୀବନ । ଖୁସି ମଉଜରେ ପିକନିକ୍ ସାରି ଖୁସିରେ ଖୁସିରେ ଘରକୁ ବାହୁଡ଼ିବା ବେଳକୁ ଅକାଳ ଅଘଟଣ କେଉଁଠି ଥିଲା କେଜାଣି, ଝଡ଼ ଭଳି ମାଡ଼ି ଆସି ଉଜାଡ଼ି ଦେଲା ସବୁକିଛି, ଧୋଇଦେଲା ସବୁ ଖୁସି ।
ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ୍ ପରେ ୬ ଜଣଙ୍କ ମୃତଦେହ ମିଳିଛି ।
ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡିରେ ନିଖୋଜ ୭ ଜଣଙ୍କର ଏଯାଏଁ ପତ୍ତା ମିଳୁନି । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ହଁ ସତରେ.. ସେ ଦିନ ସତେ ଯେମିତି ନଈ ମଝିରେ ଯମ ଜଗିଥିଲା । ନାଉରିଆ ତ ଠାକୁରଙ୍କୁ ଡାକି ନାଆ ବୋହିଥିଲା । ଆଉ ଯାତ୍ରୀ ବି ଖୁସିରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ଡଙ୍ଗାରେ ବସିଥିଲେ । ହେଲେ କାତ ମାରି କେତେବାଟ ନାଆ ଯାଇଛି କି ନାହିଁ ସବୁ କିଛି ଓଲଟପାଲଟ ହୋଇଗଲା ।
କାଲିର ଦୁର୍ଘଟଣା ସହ କିଛି ସମ୍ପର୍କ ନାହିଁ, କି ଆଜି କାଳେ କିଛି ଅଘଟଣ ଘଟିବ, ସେ ଆଶଙ୍କାକୁ ମଧ୍ୟ ପରୱା ନାହିଁ । ଆଗରୁ ଯେମିତି ଚାଲୁଥିଲା, ଏବେ ବି ସେମିତି ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି ।
ଚିଲିକାରେ ବୋଟ୍ ବୁଡ଼ି ସତ୍ତ୍ୱେ ଅସୁରକ୍ଷିତ ଜଳଯାତ୍ରା ଜାରି I ବିନା ଲାଇଫ୍ ଜ୍ୟାକେଟରେ ଜୀବନକୁ ବାଜି ଲଗାଇ ଯାଆସ। ନାଭାଲ ସେଣ୍ଟର ନିକଟରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ