Advertisment

ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼; ବିଲ୍‌ବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଦୁର୍ଘଟଣା ପରେ ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
mumbai billboard collapse

Mumbai hoarding collapse

ମୁମ୍ବାଇରେ ଘୂର୍ଣ୍ଣିଝଡ଼ର ତାଣ୍ଡବ। ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୁମ୍ବାଇ ଆକାଶରେ ହଠାତ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। କେହି କିଛି ବୁଝିବା ଆଗରୁ ଧୂଳିଝଡ଼ରେ ଅନ୍ଧକାରମୟ ହୋଇଯାଇଥିଲା ପରିବେଶ। ଏହି ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍‌ ବୋର୍ଡ ଭାଙ୍ଗି ପଡ଼ିଥିଲା।

Advertisment

ବିଲବୋର୍ଡଟି ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ। ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କରିଥିଲା। ୬୦ରୁ ଅଧିକ ଲୋକଙ୍କ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିଲା। ଦୁର୍ଘଟଣା ପରେ ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି।

ଅଧିକ ପଢ଼ନ୍ତୁ: ମାୟାନଗରୀରେ ଭୟଙ୍କର ଧୂଳି ଝଡ଼; ବିମାନ ଉଡାଣ ବାତିଲ

Advertisment

ସେହିଭଳି ଧୂଳିଝଡ଼ ପ୍ରଭାବରେ ୱାଡାଲାରେ ଏକ ସ୍କଫୋଲ୍ଡିଙ୍ଗ୍ ବା ଲୁହାରେ ତିଆରି ବିଶାଳ ଟାୱାର ମଧ୍ୟ ଭାଙ୍ଗି ପଡ଼ିଛି। ରାସ୍ତାକଡ଼ରେ ଗାଡ଼ି ପାର୍କିଂ ହୋଇଥିବା ସ୍ଥାନରେ ଟାୱାରଟି ଭାଙ୍ଗି ପଡ଼ିଥିଲା। ଧୂଳିଝଡ଼ ସାଙ୍ଗକୁ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ମୁଖ୍ୟ ରାସ୍ତାରେ ପାଣି ଚାଲିବା ପରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ମହାନଗରୀରେ ବହୁ ଗଛ ଭାଙ୍ଗିବା ସହ ଅନେକ ଘରର ଛାତ ଉଡ଼ାଇ ନେଇଛି। କାଳବୈଶାଖୀ ପାଇଁ ବିମାନ ଓ ରେଳ ସେବା ବ୍ୟାହତ ହୋଇଛି।

Thunderstorm Heavy Rainfall
Advertisment
Advertisment