• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ସେଣ୍ଟ୍ରାଲ ରେଭେନ୍ୟୁ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ । ମଙ୍ଗଳବାର ବିଲ୍ଡିଂର ITO ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ତୁରନ୍ତ ୨୧ଟି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ଅଗ୍ନିଶମବାହିନୀ ଅଧିକାରୀଙ୍କ କହିବାନୁଯାୟୀ, ‘ଆମକୁ ପାଖାପାଖି ଦିନ ୩ଟାରେ କଲ ଆସିଲା । ତାପରେ ଆମେ ଜାଣିବାକୁ ପାଇଲୁ ଯେ, ଆୟକର ବିଭାଗର CR ବିଲ୍ଡିଂରେ ନିଆଁ ଲାଗିଛି । ତାପରେ ଆମେ ତୁରନ୍ତ ବିଭିନ୍ନ ସ୍ଥାନରୁ ୨୧ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ପଠାଇଲୁ । ଖାଲି ସେତିକି ନୁହେଁ ତୁରନ୍ତ ସ୍ଥାନୀୟ ପୋଲିସକୁ ମଧ୍ୟ ଆମେ ଖବର ଦେଇଥିଲୁ । ନିଆଁ କେମିତି ଲାଗିଲା, କାହିଁକି ଲାଗିଲା ସେନେଇ ତଦନ୍ତ କରିବାକୁ ମଧ୍ୟ କୁହାଯାଇଛି ।’

ଅଧିକ ପଢ଼ନ୍ତୁ: ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼; ବିଲ୍‌ବୋର୍ଡ ଭାଙ୍ଗି ୧୪ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

ଏହି ବିଲ୍ଡିଂଟି ପୋଲିସ ହେଡ୍‌କ୍ୱାର୍ଟସର ବିପରୀତ ଦିଗରେ ରହିଛି । ଅନେକ ଏହି ସ୍ଥାନକୁ ଜବରଦଖଲ ମଧ୍ୟ କରି ରହିଛନ୍ତି । 

ତେବେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ିଛି ଯେ, କିଛି ଲୋକ ନିଆଁରୁ ବଞ୍ଚିବା ପାଇଁ ବିଲ୍ଡିଂର ଝରକା ଦେଇ ବାହାରକୁ ଜୀବନ ବିକଳରେ ଡେଉଁଛନ୍ତି ।

ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଏହାର କାରଣ ଜଣାପଡ଼ିବ ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now