Advertisment

ବିବାହ ବାର୍ଷିକୀ; ଜଗା ଦର୍ଶନ ପୂର୍ବରୁ ଟାଣିନେଲା ଯମ

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର।

author-image
Manoranjan Behera
Road Accident

Road Accident

ମୁଣ୍ଡ ଗଡୁଛି, ଜୀବନ ଯାଉଛି। ବ୍ଲାକସ୍ପଟ ପାଲଟିଛି ରାଜଧାନୀର ପଳାଶୁଣି ଛକ। ଆଜି ସକାଳୁ ସକାଳୁ ୨ ଜଣଙ୍କ ମୃତ୍ୟୁ ଘଟଣା ସଭିଙ୍କୁ ସ୍ତବ୍ଧ କରିଛି। ସୋନପୁରରୁ ପୁରୀ ଯିବାକୁ ଆସିଥିବା ଦମ୍ପତିଙ୍କର ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି। ଆସନ୍ତାକାଲି ସେମାନେ ବିବାହ ବାର୍ଷିକ ପାଳିଥାନ୍ତେ, ତାପୂର୍ବରୁ ଏଭଳି ଦୁର୍ଘଟଣା ପୂରା ପରିବାରକୁ ଶୋକର ସାଗରରେ ଭସାଇଛି।

Advertisment

ରାତି ପାହିଲେ ପାଳିଥାନ୍ତେ ବିବାହ ବାର୍ଷିକୀ। ପୁରୀରେ ଜଗା ଦର୍ଶନ କରି ବାକି ତକ ଜୀବନ ଖୁସିରେ କାଟିବାକୁ ଥିଲା ଇଚ୍ଛା। ହେଲେ ନିୟତୀର ଇଚ୍ଛା ଆଗରେ ସବୁ କିଛି ଛାରଖାର। ପୁରୀ ଯିବା ପାଇଁ ଭୁବନେଶ୍ୱର ପଳାଶୁଣିରେ ରାସ୍ତା ପାର ହେଉଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅସୁରକ୍ଷିତ ରାସ୍ତା ଅତିକ୍ରମ ବେଳେ ଟ୍ରକ୍ ଚକା ତଳେ ଚାଲିଯାଇଛି ଦମ୍ପତିଙ୍କ ଜୀବନ। ସୋନପୁରରୁ ପୁରୀ ବୁଲିବାକୁ ଆସିଥିଲେ ଉମେଶ ପାଣିଗ୍ରାହୀ ଓ ପତ୍ନୀ ନଳିନୀ ପାଣିଗ୍ରାହୀ। ଦୁର୍ଘଟଣାରେ ନଳିନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଉମେଶଙ୍କୁୁ ପ୍ରାୟ ଏକ କିଲୋମିଟର ଟାଣି ନେଇଛି ଟ୍ରକ।

ଉମେଶ ଓ ନଳୀନିଙ୍କର ଦୁଇ ପୁଅ ଅଛନ୍ତି। ଏଭଳି ଅଘଟଣ ବିଷୟରେ ଶୁଣିବା ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି। ଏମିତି ହଠାତ ଯେ ମୃତ୍ୟୁ ଆସିବ କେହି ବିଶ୍ୱାସ କରିପାରୁନାହାନ୍ତି। ବିଗତ ୨ ବର୍ଷରେ ବ୍ଲାକସ୍ପଟ ପାଲଟିଥିବା ପଳାଶୁଣି ଛକରେ ଯାଇଛି ୬୦ ଜୀବନ। ହେଲେ ନାଁ ଅଛି ଟ୍ରାଫିକ ମ୍ୟାନେଜମେଣ୍ଟ, ନା ସୁରକ୍ଷିତ ରାସ୍ତା ପାର ହେବା ପାଇଁ କୌଣସି ବ୍ୟବସ୍ଥା ହେଉଛି। ଅସୁରକ୍ଷିତ ଭାବେ ରାସ୍ତା ପାର ହେଉଛନ୍ତି ଜନ ସାଧାରଣ। ବସ ଗୁଡିକ କିଭଳି ରାସ୍ତାରେ ପାର୍କିଂ ହେଇ ପାସେଞ୍ଜର ଉଠାଉଛନ୍ତି। ଏହି ଛକରେ ଟ୍ରାଫିକ ପୋଷ୍ଟ ଟିଏ ନରହିବା ଘଟଣା ବିଭାଗୀୟ ଉଦାସୀନତାକୁ ପଦାରେ ପକାଇଛି। ଏ ସମ୍ପର୍କରେ କମିଶନରେଟ୍ କୌଣସି ପ୍ରତିକ୍ରିୟା ରଖିନାହିଁ। ବିଭାଗୀୟ ଉଦାସୀନତା ତଥା ଜନପ୍ରତିନିଧିଙ୍କ ଅପାରଗତା କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

Road Accident
Advertisment
Advertisment