ଆଜି ଜୁନାଗଡ ଥାନା ଆଟିଗାଁ ଅଞ୍ଚଳକୁ ପ୍ରାୟ ୬୦ଜଣ କୄଷି ଶ୍ରମିକ ବୋରଗୁଡା ଗ୍ରାମରେ ଧାନରୁଆ ପାଇଁ ଆସିଥିଲେ । ସଂଧ୍ୟାରେ ସେମାନେ ଘରକୁ ଫେରୁଥିବା ସମୟରେ ଡୋକରୀପଡା ଛକରେ ପିକଅପ୍ ଭ୍ୟାନଟି ଓଲଟି ପଡିଥିଲା ।
ଏପରି ଅଭାନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁରେ । ଉପରପଡ଼ା ଅଦାବରିଆ ପରିବାରରେ ଘରର ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏହି ଅଘଟଣ ଘଟିଛି ।
ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି ।
ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି।
ରରୁଆଁ ଥାନା ଅନ୍ତର୍ଗତ ବଡ଼ବିଲ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦୁତ ଖୁଣ୍ଟରେ ଚଢି ଯୁବକଙ୍କ ମୃତ୍ୟୁ ହୋଇଛି।
ଆପଣ ଏ ପ୍ରେମକୁ କଣ କହିବେ... ମାଲିକ ମରିଗଲା ପରେ ମଧ୍ୟ କୁକୁରଟି ଜଗି ରହିଥିଲା । ବରଫାବୃତ ପାହାଡ଼ ମଝିରେ ମରି ପଡ଼ିଥିଲେ ଦୁଇ ମଣିଷ । କିନ୍ତୁ ସାଙ୍ଗରେ ଯାଇଥିବା କୁକୁରଟି ଭୁଲି ନଥିଲା ମାନବିକତା । ସେମିତି ଭୁକି ଚାଲିଥିଲା, ଯେପର୍ଯ୍ୟନ୍ତ କେହି ସାହାଯ୍ୟ ପାଇଁ ନଆସିଛି ।
ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।
ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।
‘ମୋ ବସ୍’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚିଛି ।
‘ମୋ ବସ୍’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚିଛି ।
ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।
ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ, ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । କାରଟି ଧକ୍କା ଦେବା ପରେ କାନ୍ଥର କିଛି ଅଂଶ ଭାଙ୍ଗିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।
ଦୁର୍ଘଟଣା ଘଟାଇ ଟ୍ରକ ସହ ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।
କହିବାନୁସାରେ, ସେ ତାଙ୍କ କାରକୁ ବାହାରେ ପାର୍କିଂ କରି ଭିତରକୁ ଯାଇଥିଲେ । ତାଙ୍କ ବନ୍ଧୁଙ୍କ ସହିତ ଏକ ଭିଡିଓ ସୁଟ୍ କରିବାକୁ ଚାହୁଁଥିଲେ । ତେଣୁ ସେ ୨୯ ମହଲାକୁ ଯାଇ କାଉଣ୍ଟଡାଉନ୍ ଆରମ୍ଭ କରିଥିଲେ । ପରେ ପରେ ସେ ଛାତରୁ ଡେଇଁପଡ଼ିଥିଲେ ।
ଅଗ୍ନିଶମ ବିଭାଗ କହିଛି ଯେ, ରାତି ୧୨ଟା ୧୬ ମିନିଟ୍ରେ ଏ ନେଇ ଆମପାଖକୁ ଫୋନ୍ କଲ୍ ଆସିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।
କେବେ ଦୁର୍ଘଟଣା ହାର କମିଛି କହି ଭୁରୁଡ଼ି ମାରୁଛନ୍ତି ତ ଆଉ କେବେ ସଡ଼କ ସୁରକ୍ଷା ନାଁରେ ତୁଚ୍ଛା ଆତ୍ମପ୍ରଚାର କରୁଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବାକୁ ନୂଆବର୍ଷରୁ କେତେ କ’ଣ ଘୋଷଣା ସହ SOP ଜାରି କରିଦେଲେ । କିନ୍ତୁ, ପଚାରୁଛି କିଏ ।
ଜୁଏଲ ନିଜ କାରରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ କାମାକ୍ଷାନଗର ରେକୁଳା ଛକ ଦୁର୍ଘଟଣାର ଶିକାର ହୋଇଥିଲେ ।
ଦଶପଲ୍ଲା ବସ୍ ଦୁର୍ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତ୍ରୁଟି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଚଲାଉ ନଥିଲେ ଡ୍ରାଇଭର୍ । ଦୁର୍ଘଟଣା ବେଳେ ଅନ୍ୟ ଜଣେ କର୍ମଚାରୀ ଟ୍ରକକୁ ଚଲାଉଥିଲେ ତା ପୁଣି ମଦ ପିଇ ।
ଦୁର୍ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । ପରେ ପରେ ଅନ୍ୟ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ମୋଟ୍ ୩ଜଣଙ୍କ ମୃତ୍ୟୁ ହୋଇଛି ।
ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।
ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି, ଗୁରୁତର ଆହତଙ୍କୁ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି।
ବସ୍ ଧକ୍କାରେ ପିକଅପ୍ରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛନ୍ତି । ଦୁର୍ଘଟଣାରେ ବସ୍ରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶ୍ରମିକଙ୍କ ସନ୍ଧାନ ଏବେବି ଜାରି ରହିଛି। ବର୍ତ୍ତମାନ ଭୁଶୁଡିପଡିଥିବା ଖଣିରୁ ୭୩ ଟି ମୃତଦେହ ବାହାର କରାଯାଇଛି।
୩ଟି ଟ୍ରକ ଗୋଟିଏ ପରେ ଗୋଟିଏ ଆସି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି ।