Advertisment

ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର୍, ଚାଲିଗଲା ପରିବାରର ୬ ଜୀବନ

ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, ଦୁଇ ଟ୍ରକ୍ ମଧ୍ୟରେ ସମସ୍ତେ ଚାପି ହୋଇଯାଇଥିଲେ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
6 dead after Trucks and car Accident In Keonjhar

Accident

କେନ୍ଦୁଝର ଚମ୍ପୁଆ ଥାନା ରିମୁଳି ବାଇପାସ୍ ରେ ମର୍ମନ୍ତୁଦ ଦୁର୍ଘଟଣ। ସିରିଜ୍ ଦୁର୍ଘଟଣାରେ ଯାଇଛି ୬ ଜଣଙ୍କ ଜୀବନ। ଟ୍ରକ୍-କାର୍ ଓ ଟ୍ରକ୍ ମଧ୍ୟରେ ପରସ୍ପର ଧକ୍କାରେ କାରରେ ଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି। କାରରେ ଥିବା ଲୋକମାନେ କେନ୍ଦୁଝରରୁ ବଡ଼ବିଲ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ଏକ ଟ୍ରକ୍ ସହ ଧକ୍କା ହେବା ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ୍ ଏହି କାର୍‌କୁ ପଛ ଆଡୁ ଧକ୍କା ଦେଇଥିଲା। ଫଳରେ ଦୁଇ ଟ୍ରକ୍ ମଧ୍ୟରେ କାର୍‌ଟି ଚାପି ହୋଇଯାଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ, କାର୍‌ଟି ପୂରା ଚୁରମାର ହୋଇଯାଇଥିଲା। ଫଳରେ କାର୍‌ରେ ବସିଥିବା ସମସ୍ତେ ଚାପି ହୋଇଯାଇଥିଲେ। କାର୍‌ଟିର ନମ୍ବର ହେଉଛି OD 02 AY 7860 । ବଡ଼ବିଲ୍ ଭଦ୍ରାସାହି ଅଞ୍ଚଳରୁ ହିରାଲାଲ୍ ପଲେଇ ନିଜ ପରିବାର ସହ ବାଂଶପାଳ ବ୍ଲକ୍ ତରମାକାନ୍ତକୁ ଯାଉଥିଲେ। ମୃତକମାନେ ହେଲେ, ସ୍ୱାମୀ ହୀରାଲାଲ୍ ପଲେଇ, ସ୍ତ୍ରୀ ପ୍ରଣତି ପଲେଇ, ଜୋଇଁ ସିପୁନ୍ ପଲେଇ, ଝିଅ ଲସି ପଲେଇ ଓ ଲିସା ପଲେଇ। ଆଉ ଜଣେ ଛୋଟ ଝିଅର ପରିଚୟ ମିଳିପାରିନାହିଁ। 

କେନ୍ଦୁଝର ଚମ୍ପୁଆ ଥାନା ରିମୁଳି ବାଇପାସ୍ ରେ ମର୍ମନ୍ତୁଦ ଦୁର୍ଘଟଣ। ସିରିଜ୍ ଦୁର୍ଘଟଣାରେ ଯାଇଛି ୬ ଜଣଙ୍କ ଜୀବନ। ଟ୍ରକ୍-କାର୍ ଓ ଟ୍ରକ୍ ମଧ୍ୟରେ ପରସ୍ପର ଧକ୍କାରେ କାରରେ ଥିବା ୬ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

#Accident#Keonjharpic.twitter.com/6Z5gymuBUI

Road Mishap Road Accident
Advertisment
Advertisment