Advertisment

ଭୋଟ୍ ଦେଇ ଫେରିବା ବେଳେ ବସ୍‌କୁ ଧକ୍କା ଦେଲା ଲରି; ଆଖିବୁଜିଲେ ୬ଯାତ୍ରୀ

ବସ୍‌ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍‌ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Six charred to death in Andhra Pradesh Bus Mishap

Accident

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଲରି। ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୬ଜୀବନ। ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲ୍ଲାରେ ଘଟିଥିବା ଦୁର୍ଘଟଣାରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଦୁର୍ଘଟଣା ପରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା।

Advertisment

ପାଲନାଡୁ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବସ୍‌ରେ ଥିବା ଯାତ୍ରୀମାନେ ଭୋଟ୍ ଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ୬ଜଣଙ୍କର ଜୀବନ ଯାଇଛି। ଆହତମାନଙ୍କୁ ଚିଲକାଲୁରିପେଟ ଟାଉନ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।  ଗୁରୁତରମାନଙ୍କୁ ଗୁଣ୍ଟୁରକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତ ମୃତକମାନେ ଆନ୍ଧ୍ରପ୍ରଦେଶର ବାପାଟଲା ଜିଲ୍ଲାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରୁ ୪ଜଣଙ୍କର ପରିଚୟ ମିଳିଛି। ସେମାନେ ହେଲେ ୩୫ବର୍ଷୀୟ ଅଞ୍ଜି, ୬୫ବର୍ଷୀୟ ଅପିଗୁଣ୍ଡୁର କାଶୀ, ୫୫ବର୍ଷୀୟ ଅପଗୁଣ୍ଡୁର ଲକ୍ଷ୍ମୀ ଓ ୮ବର୍ଷୀୟ ମୁପାରାଜୁ କ୍ଷାତି।

ଅଧିକ ପଢ଼ନ୍ତୁ: HCL ଖଣିରେ ବଡ଼ ଅଘଟଣ; ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ, ଫସିଛନ୍ତି ଅଧିକାରୀ ଓ କର୍ମଚାରୀ

Advertisment

ଚିଲିକାଲୁରିପେଟା ଗ୍ରାମୀଣ ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବସ୍‌ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍‌ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ପାଲନାଡୁ ଜିଲ୍ଲାର ଚିଲକାଲୁରିପେଟ ମଣ୍ଡପ ନିକଟରେ ଏକ ଲରି ବସ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଲରି ଡ୍ରାଇଭର, ବସ୍ ଡ୍ରାଇଭର ଏବଂ ଅନ୍ୟ ଚାରିଜଣଙ୍କର ମୃତ୍ୟୁ ଘଟିଛି। ବସ୍‌ଟି ବାପାଟଲା ଜିଲ୍ଲାର ମଣ୍ଡଳର ଚିନ୍ନାଗଞ୍ଜମରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣା ପରେ ଗାଡି ଦୁଇଟିରେ ନିଆଁ ଲାଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Bus Accident Road Mishap Road Accident
Advertisment
Advertisment