/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715744042.jpg)
Lift Collapse
ରାଜସ୍ଥାନର HCL ଖଣିରେ ବଡ଼ ଅଘଟଣ। ବିଳମ୍ୱିତ ରାତିରେ କୋଲିହାନ ଖଣିରେ ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ। HCLର ଅଧିକାରୀ ଓ ଶ୍ରମିକଙ୍କୁ ମିଶାଇ ମୋଟ୍ ୧୪ଜଣ କର୍ମଚାରୀ ୧୮୭୫ଫୁଟ ତଳେ ଫସିରହିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଥିଲେ ସୁଦ୍ଧା ଏଯାଏ ମୋଟ୍ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ମେ ୧୩ ରୁ କୋଲିହାନ ଖଣିରେ ଯାଞ୍ଚ କାର୍ଯ୍ୟ ଚାଲିଥିଲା। ଗତକାଲି ରାତିରେ ମୁଖ୍ୟ ଭିଜିଲାନ୍ସ ସମେତ ଅନ୍ୟ ଅଧିକାରୀ ଖଣିକୁ ଯାଞ୍ଚ କରିବାକୁ ଯାଇଥିଲେ। ଭିଜିଲାନ୍ସ ଟିମ୍ ଖଣିରେ ପ୍ରବେଶ କରିଥିଲା। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଲିଫ୍ଟ ଚେନ୍ ଛିଡିଯାଇଥିଲା। କୋଲକାତାର ଭିଜିଲାନ୍ସ ଦଳ ଏବଂ କେସିସିର ବହୁ ବରିଷ୍ଠ ଅଧିକାରୀ ଏହି ଲିଫ୍ଟରେ ଥିଲେ।
ଅଧିକ ପଢ଼ନ୍ତୁ: ଭୋଟ୍ ଦେଇ ଫେରିବା ବେଳେ ବସ୍କୁ ଧକ୍କା ଦେଲା ଲରି; ଆଖିବୁଜିଲେ ୬ଯାତ୍ରୀ
ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାରକାରୀ ଦଳ ସହିତ ୧୮ଟି ଆମ୍ୱୁଲାନ୍ସ ଓ ୨୦ଜଣ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି। ତଥାପି ଏଯାଏ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଖଣିରେ ଫସି ରହିଥିବା ଅଧିକାରୀଙ୍କ ପାଇଁ ପ୍ରଶାସନ ଔଷଧ ଏବଂ ଖାଦ୍ୟ ପ୍ୟାକେଟ୍ ପଠାଇଛି। ଅଧିକାରୀମାନେ କହିଛନ୍ତି ଯେ ସେମାନେ ଲିଫ୍ଟ ମରାମତି କରୁଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି।
Rajasthan: 3 rescued from Kolihan copper mine in Jhunjhunu after lift collapse, efforts to rescue 11 underway
Read @ANI Story | https://t.co/Fy67r3PKpl#Rajasthan#LiftCollapse#KolihanCopperMine#Jhunjhunupic.twitter.com/qofE15GEhh
— ANI Digital (@ani_digital) May 15, 2024
ଖେତରି ଡେପୁଟି ସୁପରିଟେଣ୍ଡେଣ୍ଟ ଜୁଲଫିକର ଅଲିଙ୍କ ସୂଚନା ଅନୁସାରେ, "କିଛି ଭିଜିଲାନ୍ସ ଅଧିକାରୀ ଏବଂ ଅନ୍ୟ ବିଭାଗ ଯାଞ୍ଚ ପାଇଁ ଆସିଥିଲେ। କାମ ଦେଖିବା ପାଇଁ ଖଣି ଭିତରକୁ ପ୍ରବେଶ କରିବା ମାତ୍ରେ ଲିଫ୍ଟ ଭାଙ୍ଗି ଯାଇଥିଲା। ସମସ୍ତେ ୧୮୭୫ ଫୁଟ ଗଭୀରରେ ଥିଲେ। ଲିଫ୍ଟରେ ଫସି ରହିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ। ଆମେ ଲିଫ୍ଟ ମରାମତି କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛୁ। "
ଅଧିକ ପଢ଼ନ୍ତୁ: ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?
ନିମ୍ କା ପୋଲିସ ଷ୍ଟେସନର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, "ସେମାନେ ବାହାରକୁ ଆସିବା ମାତ୍ରେ ସେମାନଙ୍କୁ ଅମ୍ଳଜାନ ଯୋଗାଇବା ସହ ଏବଂ ଡାକ୍ତରଖାନାକୁ ନେଇଯିବା। HCL ହସ୍ପିଟାଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ସତର୍କ ମୋଡରେ ରଖାଯାଇଛି।" ପାରାଲାଲ୍ ଲିଫ୍ଟରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଏକ ଉଦ୍ଧାରକାରୀ ଦଳ ଅଣ୍ଡରଗ୍ରାଉଣ୍ଡକୁ ଯାଇଛନ୍ତି।
#WATCH | Rajasthan | Jhunjhunu's Kolihan mine lift collapse: Nursing Staff of Jhunjhunu Government Hospital, Shishram says "Some people have suffered fractures in hands and some in legs. Everyone is safe. Three people are seriously injured, the rest are safe. The rescue operation… pic.twitter.com/GugXMoxvac
— ANI (@ANI) May 15, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)