Advertisment

ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ

ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Three Workers Killed In Landslide In Jajpur

Accident

ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ। ଯାଜପୁର ବିଞ୍ଝାରପୁର ଥାନା କପିଳା ପଞ୍ଚାୟତ ରାହାସ ଗାଁରେ ଏହି ଅଘଟଣ ଘଟିଛି। ପାଇପ୍ ଲାଇନ୍ କାମ ବେଳେ ମାଟି ଧସିବାରୁ ଚାପି ହୋଇଯାଇଥିଲେ ୩ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ମାନେ ଏକ କମ୍ପାନୀର ଶ୍ରମିକ। ସେମାନେ ବିହାର ଓ ତାମିଲନାଡୁ ରାଜ୍ୟର ବୋଲି ଜଣାପଡ଼ିଛି ।

Advertisment

ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ ଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

ଅଧିକ ପଢ଼ନ୍ତୁ: ପାଣ୍ଡରା ଛକରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୫ଦୋକାନ

Advertisment

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ୩ ଶ୍ରମିକଙ୍କୁ ଉଦ୍ଧାର କରି ପ୍ରଥମେ ବିଞ୍ଝାରପୁର ମେଡିକାଲକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଡାକ୍ତର ଯାଜପୁର ରେଫର କରିଦେଲେ। ମାତ୍ର ସେଠାରେ ଡାକ୍ତର ସମସ୍ତ ୩ ଶ୍ରମିକଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି। ଏହି ଅଘଟଣରେ ଆଉ କିଛି ଶ୍ରମିକ ଆହତ ହୋଇଥିବା ଜଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।  

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଠିକା ସଂସ୍ଥାକୁ ପଚରାଉଚରା କରୁଛି। ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ସେମାନଙ୍କ ରାଜ୍ୟକୁ ପଠାଯିବ ବୋଲି ଜଣାଯାଇଛି।

ସେପଟେ ପଥର ଖାଦାନରେ ବି ଅଘଟଣ ଘଟିଛି । ପଥର ଖାଦାନରେ ଚାପିହୋଇ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରୀ କଳାପଥର ଖାଦାନରେ ଘଟିଛି ଅଘଟଣ। ଖାଦାନ ଭିତରେ ଆଉ ୩ ଜଣ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି। ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ପହଞ୍ଚି ଖାଦାନ ଚଳାଉଥିବା ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ପ୍ରଶାସନ କିମ୍ବା ଖାଦାନ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Land Slide
Advertisment
Advertisment