• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୫ଟି ଦୋକାନ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।

ଗୋଟିଏ ବାଇକ୍ ମଧ୍ୟ ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି | ଆଶଙ୍କା କରାଯାଉଛି ଯେ, ପ୍ରଥମେ ଏକ ଫାଷ୍ଟ ଫୁଡ୍ ଦୋକାନରେ ସର୍ଟସର୍କିଟରୁ ନିଆଁ ଲାଗିଥିଲା, ପରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅଗ୍ନିକାଣ୍ଡ ବ୍ୟାପକ ରୂପ ଧାରଣ କରିଥିଲା ।

ଅଧିକ ପଢ଼ନ୍ତୁ: ପାଇପ୍ ଲାଇନ୍ କାମ ବେଳେ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ବେଶ୍ ପରିଶ୍ରମ କରିଥିଲେ | ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା | ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ଏଥିରେ କେତେ ମାତ୍ରାରେ କ୍ଷୟକ୍ଷତି ହୋଇଛି ସେନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now