• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Accident
ଚେକ୍ ପୋଷ୍ଟକୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସିଲା ଭ୍ୟାନ; ୩ଗୁରୁତର

ବସ୍ତା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ କର୍ମଚାରୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Mo Bus
ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍ !

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।

Mo Bus
ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍; ସ୍ପଷ୍ଟ ଦିବାଲୋକରେ କେମିତି ରାସ୍ତାରୁ ବାହାରି ପଶିଲା ନାଳରେ ?

ସରକାରୀ ବସ୍ ଚଳାଇ ନିଜକୁ ସରକାର ଭାବୁଛନ୍ତି କି 'ମୋ ବସ୍' ଡ୍ରାଇଭର୍ ? ମୋ ବସ୍ ଚାଳକଙ୍କ ପାଇଁ କଣ ସାତ ଖୁଣ୍ ମାଫ୍ ? ବେପରୁଆ ଓ ଦ୍ରୁତ୍ ଗାଡ଼ି ଚାଳନାରେ କାହିଁକି ଲାଗୁନି ଲଗାମ୍ ?

Mo Bus falls into nullah
ନାଳକୁ ଖସିଲା ମୋ-ବସ୍ , ୨୦ ଯାତ୍ରୀ ଆହତ...

ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼ ନାଳକୁ ଖସିଲା ମୋ-ବସ୍ । ୨୦ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

  • Saturday, 06 April 2024
  • Mo Bus
NTPC
ତାଳଚେର କଣିହାଁ NTPCରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ପ୍ଲାଣ୍ଟ ଭିତରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ୫ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଛି ।

Accident
ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଚାଲିଗଲା ୨ ଜୀବନ

ଗଞ୍ଜାମ ପାଇଲପଡ଼ା ପଞ୍ଚାୟତ ଦହିମୁଣ୍ଡଳୀ ଗାଁର ଦଣ୍ଡୁଆମାନେ ବ୍ରହ୍ମପୁରରୁ କ୍ଷେତ୍ରି ବ୍ରହ୍ମପୁରକୁ ୨ଟି ପିକପ୍ ଭ୍ୟାନରେ ଯାଉଥିଲେ। ତେବେ ଗୋଟିଏ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

boy trapped in 20feet deep borewell
ବୋରୱେଲ ଟ୍ରାଜେଡି: ୨୦ଫୁଟ ଗଭୀର ଗର୍ତ୍ତରେ ପଡ଼ିଲା ଦେଢ ବର୍ଷର ଶିଶୁ

ଗତକାଲି ସଂଧ୍ୟାରେ ବିଜୟପୁରା ଜିଲ୍ଲାର ଲଚୟାନ୍ ଗାଁରେ ଏହି ଅଘଟଣ ଘଟିଛି। ବୋରୱେଲରେ ପଡିଥିବା ଶିଶୁଟିର ନାଁ ସତ୍ୟଭିକ୍ ମୁଜାଗୋଣ୍ଡ। ସେ ପଡିଥିବା ବୋରୱେଲର ଗଭୀରତା ପ୍ରାୟ ୨୦ଫୁଟ ହେବ। ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

Accident
କଚୋଡି ଦୋକାନରେ ଖାଉଥିଲେ ଲୋକ, ମାଡ଼ିଗଲା ଓକିଲଙ୍କ ମର୍ସିଡିଜ୍‌ କାର

କଚୋଡି ଦୋକାନରେ କିଛି ଲୋକେ ଠିଆ ହୋଇ କଚୋଡି ଖାଉଥିଲେ। ଏହି ସମୟରେ ହଠାତ୍‌ ଏକ ଧଳା ରଙ୍ଗର ମର୍ସିଡିଜ କାର୍‌ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ି ଯାଇଥିଲା।

Electric shock
ଏମିତି ବି ଆସେ ମୃତ୍ୟୁ...ବୁଢୀ ମାଉସୀର ଦୁଃଖ ବୁଝିବାକୁ ଯାଇ ଚାଲିଗଲା ଜୀବନ

ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ଏହାକୁ ଠିକ୍ କରିବା ପାଇଁ ସେ ମଧୁଙ୍କୁ ଡାକିଥିଲେ। ତେବେ ଲାଇନ ଠିକ୍ କରିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

LPG Tanker
ଓଲଟି ପଡ଼ିଲା ଗ୍ୟାସ୍ ଟ୍ୟାଙ୍କର; ଡ୍ରାଇଭର୍‌ ଗୁରୁତର

ଖଲ୍ଲିକୋଟ ଥାନା ଠାରୁ ୪୦୦ମିଟର ଦୂରରେ ଘଟିଛି ଦୁର୍ଘଟଣା। ଦୁର୍ଘଟଣା ଘଟିଥିବାସ୍ଥାନ ଠାରୁ ଉଭୟ ପାର୍ଶ୍ୱର ୨ କିଲୋମିଟର ଯାଏଁ ରାସ୍ତା ସିଲ କରାଯାଇଛି।

Gas Cylinder Blast
ଚା’ ତିଆରି ବେଳେ ସିଲିଣ୍ତରରେ ଲାଗିଲା ନିଆଁ; ଜୀଅନ୍ତା ଜଳିଗଲେ ମା’ ଓ ୩ ଶିଶୁ

ମହିଳା ଜଣକ ଘରେ ଚା’ ଓ ଜଳଖିଆ ତିଆରି କରିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କାରଣରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା।

Bus Catches Fire
ଦୁର୍ଘଟଣାରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌; ୪୫ ମୃତ

ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍‌ ଉପରୁ ଏକ ବସ୍‌ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

 taxi rolls down gorge
ବାଟରେ ଜଗିଥିଲା ଯମ; ଖାଇକୁ ଖସିଲା ଟ୍ୟାକ୍ସି, ଆଖିବୁଜିଲେ ୧୦ଯାତ୍ରୀ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି।

Police
ଅଭାବନୀୟ ଘଟଣା; କନେଷ୍ଟବଳ ସ୍ବାମୀର ଶବ ନେବାକୁ ୨ ମହିଳାଙ୍କ ଟଣାଓଟରା...

କଟକ SCB ମେଡ଼ିକାଲ ପରିସରରେ ଅଭାବନୀୟ ଦୃଶ୍ୟ । କନେଷ୍ଟବଳ ସ୍ବାମୀର ଶବ ନେବାକୁ ଟଣାଓଟରା । ପତ୍ନୀ ଏବଂ ଅନ୍ୟ ମହିଳାଙ୍କ ମଧ୍ୟରେ ଟଣାଭିଡ଼ା ।  

Train fire
ହୋଲି ସ୍ପୋଶାଲ୍ ଟ୍ରେନରେ ଲାଗିଲା ନିଆଁ; ଜୀବନ ବିକଳରେ ଡେଇଁପଡିଲେ ଯାତ୍ରୀ...ଦେଖନ୍ତୁ ଭିଡିଓ

ସୂଚନା ପାଇବା ମାତ୍ରେ ସେଠାରେ ଅଧିକାରୀଙ୍କ ଏକ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ରାମବାସୀଙ୍କ ସହଯୋଗରେ କିଚି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି।

Accident
କାଳ ହେଲା ବସ ଯାତ୍ରା, ସଡ଼କ ଦୁର୍ଘଟଣାରେ ଗଲା ଗୋଟେ ମୁଣ୍ତ; ୭ ଆହତ

କୋରାପୁଟ ସଦର ଥାନା ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଲି ରାତିରେ ପୋଡ଼ାଗଡଠାରେ ଭାରସାମ୍ୟ ହରାଇ ଏକ ବସ୍ ପ୍ରଥମେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ଦୁଇରୁ ତିନିଥର ପଲଟି ମାରିଥିଲା ।

Accident
କାନ୍ଥ ନେଇଗଲା ପୁଅର ଜୀବନ, ବାପା-ମାଆ ଗୁରୁତର

ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ ବସିଥିଲେ ।

Mobile Blast
ମୋବାଇଲ୍ ଫାଟିବା ପରେ ଜଳିଗଲା ଘର...୪ଭାଇଭଉଣୀ ଜୀବନ୍ତ ଦଗ୍ଧ, ବାପା-ମା’ ଗୁରୁତର

ପ୍ରାଣ ହରାଇଥିବା ୪ଭାଇଭଉଣୀଙ୍କ ବୟସ ୧୦ବର୍ଷରୁ କମ୍। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ରହିଛି।

under-construction bridge collapses in Bihar
ଚାଲିଥିଲା ବ୍ରିଜ ନିର୍ମାଣ, ହଠାତ୍ ମଝିରୁ ଭାଙ୍ଗିଗଲା...ଦେଖନ୍ତୁ ଭିଡିଓ

ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।

Accident
ବଢ଼ି ଚାଲିଛି ମୋ ବସ୍ ଦୌରାତ୍ମ୍ୟ, ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ମୋ ବସ୍

ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା ।

Toddler Falls To Death
ଅଭାବନୀୟ : ବାପା ହାତରୁ ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା କୁନି ପୁଅ; ଚାଲିଗଲା ଜୀବନ, ଦେଖନ୍ତୁ ଭିଡିଓ...

ମରଣ କେବେ ଆଉ କେତେବେଳେ ଆସିବ, ତାହା କାହାରିକୁ କହି ଆସିନଥାଏ । ସେମିତି ଏକ ଅଭାବନୀୟ ଘଟଣା ଘଟିଛି ଛତିଶଗଡର ରାୟପୁରରେ ।

Lightning
ବର୍ଷାରେ ବେହାଲ ବାଲେଶ୍ୱର; ବିଜୁଳି ନେଲା ପ୍ରାଣ, ଯୁବକ ଜୀବନ୍ତ ଦଗ୍ଧ

ବଜ୍ରପାତରେ ଜଳିଗଲେ ଯୁବକ । ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ।

Train Derail
ସାବରମତି-ଆଗ୍ରା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାତ୍ରୀମାନେ କହିଛନ୍ତି ଯେ ରାତି ପ୍ରାୟ ଗୋଟାଏ ସମୟରେ ଏହି ଘଟଣା ଘଟିଛି। ହଠାତ୍ ଏକ ଜୋରରେ ଶବ୍ଦ ଶୁଣି ସେମାନଙ୍କର ନିଦ ଭାଙ୍ଗିଯାଇଥିଲା। ଦେଖିବା ବେଳରୁ ଟ୍ରେନଟି ଟ୍ରାକ ତଳକୁ ଖସିଯାଇଛି।

Accident
ମର୍ମନ୍ତୁଦ ଦୁର୍ଘଟଣା; କାର ସହ ଧକ୍କା ହେଲା ଟ୍ରାକ୍ଟର, ଗଡ଼ିଲା ୭ ମୁଣ୍ତ

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଗରିଆ ଜିଲ୍ଲାରେ ଏକ କାର ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ସାତଜଣଙ୍କର ମୃତ୍ୟୁ ଘଟିଛି ।

Kolkata building collapse
ଭୁଶୁଡ଼ିଗଲା ୫ ମହଲା କୋଠା; ୨ ମୃତ, ଏକାଧିକ ଆହତ, ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।