• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଟକ ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ । ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ ଶିଶୁ ଭବନ ଅଣାଯାଇଥିଲା ।

ସେପଟେ ଶିଶୁଟିର ଶରୀରରେ ଅଗ୍ନିକାଣ୍ଡ ଜନିତ କିଛି କ୍ଷତ ନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ଗତକାଲି ଲାଗିଥିଲା ନିଆଁ । ହସ୍ପିଟାଲର ତୃତୀୟ ମହଲାରେ ଗତକାଲି ଅପରାହ୍ନରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ଲାଗିଯାଇଥିଲା । ପରେ ତୃତୀୟ ମହଲାରେ ଥିବା ଜେନେରାଲ ୱାର୍ଡ ଏବଂ ଆଇସିୟୁକୁ ବ୍ୟାପିଯାଇଥିଲା ଧୂଆଁ ।

ଯେଉଁଥିରେ ବିଭିନ୍ନ ବର୍ଗର ରୋଗୀ ଏବଂ ନବଜାତ ଥିବାବେଳେ ୧୫ ଜଣ ଆହତ ହୋଇ ବିଭିନ୍ନ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେଉଁ ପରିସ୍ଥିତିରେ ଘଟିଲା ଏହି ଅଘଟଣ ? ମେଡ଼ିକାଲରେ ନଥିଲା କି ଅଗ୍ନି ନିର୍ବାପନ ବ୍ୟବସ୍ଥା ? ସେନେଇ ଉଠିଛି ନାନା ପ୍ରଶ୍ନ । ଘରୋଇ ହସପିଟାଲରେ ନିଆଁ...ବିକଳ ହେଉଛନ୍ତି ରୋଗୀ...

ନିଆଁ-ଧୂଆଁର ପ୍ରଭାବରେ ଛଟପଟ ହେଉଥିଲେ କଅଁଳ ପିଲା । ଗତକାଲିର ବୀଭତ୍ସ ଓ ବେଦନାଦାୟକ ଘଟଣା ପ୍ରତ୍ୟେକଙ୍କୁ ଦୋହଲାଇ ଦେଇଛି । କଟକ ପୁରୀଘାଟ ଥାନା ନିକଟରେ ରହିଛି ତ୍ରିଶା ହସପିଟାଲ୍ । ୩ ମହଲା ବିଶିଷ୍ଟ ତ୍ରିଶା ହସପିଟାଲ୍ । ତୃତୀୟ ମହଲାରେ ରହିଛି ଜେନେରାଲ୍ ୱାର୍ଡ ସହ ଆଇସିୟୁ ।

ଏହି ଫ୍ଲୋରରେ ବିଭିନ୍ନ ବର୍ଗର ରୋଗୀଙ୍କ ସହ ନବଜାତ ଶିଶୁଙ୍କୁ ବି ରଖାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ, ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ତୃତୀୟ ମହଲାରେ ହଠାତ ପ୍ରଚଣ୍ଡ ଶବ୍ଦ ହେବା ସହ ଲାଗି ଯାଇଥିଲା ନିଆଁ । ଆଉ ତାପରେ ଚାହୁଁ ଚାହୁଁ ୱାର୍ଡ ଚାରିଆଡ଼େ ମାଡ଼ିଗଲା ଧୂଆଁ । ଅଣନିଶ୍ୱାସୀ ହୋଇପଡ଼ିଲେ ରୋଗୀଙ୍କ ସହ ନବଜାତ ।

ଅଗ୍ନିକାଣ୍ଡର ଖବର ପାଇ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ କରିଥିଲେ ଅଗ୍ନିଶମ କର୍ମଚାରୀ । ଆଉ ଉଦ୍ଧାର ପରେ ଜଣଙ୍କ ପରେ ଜଣଙ୍କୁ ପଠା ଯାଇଥିଲା ଅନ୍ୟ ହସ୍ପିଟାଲ । ସ୍ଥିତି ଏଭଳି ହୋଇଥିଲା ଯେ, ଆମ୍ବୁଲାନ୍ସ ଅଭାବ ଯୋଗୁଁ ତ୍ରିଶା ହସପିଟାଲ ସାମ୍ନା ରାସ୍ତା ଉପରେ ବେଶ୍ କିଛି ସମୟ ପାଇଁ ପଡ଼ିରହିଥିଲେ ଗୁରୁତର ରୋଗୀ ।

ଯଦି ଅଗ୍ନି ନିର୍ବାପନ ବ୍ୟବସ୍ଥା ଠିକଠାକ୍ ଥିଲା ତେବେ ଏଭଳି ଅଘଟଣ ଘଟିଗଲା କେମିତି ? ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ଅଘଟଣକୁ ନେଇ ଜାରି ରହିଛି ଖୋଳତାଡ଼ । ତେବେ ହସ୍ପିଟାଲ୍ ମ୍ୟାନେଜର କହିଛନ୍ତି AC ସର୍ଟସର୍କିଟରୁ ନିଆଁ ଲାଗିଯାଇଥିଲା । କିନ୍ତୁ ICUରେ କୌଣସି ନିଆଁ ଲାଗିନଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now