Advertisment

ନେପାଳରେ ବଡ଼ ଧରଣର ବିମାନ ଦୁର୍ଘଟଣା; ୧୮ ମୃତ, ବଞ୍ଚିଗଲେ ପାଇଲଟ୍...

ନେପାଳ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବଞ୍ଚିଗଲେ ପାଇଲଟ୍ । ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Plane crashes

Plane crashes

ନେପାଳ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବଞ୍ଚିଗଲେ ପାଇଲଟ୍ । ଦୁର୍ଘଟଣାସ୍ଥଳରୁ ୧୮ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଏନେଇ ସୂଚନା ଦେଇଛନ୍ତି କାଠମାଣ୍ଡୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ । 

Advertisment

ଅଧିକ ପଢ଼ନ୍ତୁ: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୨ଜୀବନ 

ଆଜି ଦିନ ୧୧ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସୌର୍ଯ୍ୟ ଏୟାରଲାଇନ୍ସର ବିମାନ CRJ7। କାଠମାଣ୍ଡୁରୁ ପୋଖରା ଯିବାକୁ ଉଡ଼ାଣ ଭରିଥିଲା। ଅଳ୍ପ ଉଚ୍ଚକୁ ଉଠିବା ପରେ ଡାହାଣ ପଟକୁ ମୁଡ଼ିଥିଲା ବିମାନ। ଏହାପରେ ରନୱେର ପୂର୍ବ ପଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଏୟାରକ୍ରାଫ୍ଟରେ ଲାଗି ଯାଇଥିଲା ନିଆଁ। ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବଞ୍ଚି ପାରିଲା ନାହିଁ୧୮ ଜୀବନ। କେବଳ ପାଇଲଟ୍ ୩୭ ବର୍ଷୀୟ ମନୀଷ ସାକ୍ଷ୍ୟ ଉଦ୍ଧାର ହୋଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସିନାମଙ୍ଗଲ କେଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ବିମାନରେ କେବଳ ଏୟାରଲାଇନ୍ସର ଟେକ୍ନିକାଲ୍ ଷ୍ଟାଫ୍ ଥିଲେ। କୌଣସି ଯାତ୍ରୀ ନଥିବା ସ୍ପଷ୍ଟ କରିଛନ୍ତି ତ୍ରିଭୁବନ ଏୟାରପୋର୍ଟ କର୍ତ୍ତୃପକ୍ଷ। ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନଟି ରନୱେରୁ ଖସିଲା କାରଣ ଅସ୍ପଷ୍ଟ ରହିଛି।


— ANI (@ANI) July 24, 2024

Airport Plane Crash
Advertisment
Advertisment