• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତର ପ୍ରଦେଶରେ ଟ୍ରେନ ଦୁର୍ଘଟଣା । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।

ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । ଗତକାଲି ଅର୍ଥାତ୍ ବୁଧବାର ରାତି ୧୧.୩୫ ରେ ଚଣ୍ଡିଗଡ଼ ଷ୍ଟେସନରୁ ବାହାରିଥିବା ଏହି ଟ୍ରେନ୍ ଆସାମର ଦିବ୍ରୁଗଡ ଅଭିମୁଖେ ଯାତ୍ରା କରୁଥିଲା । ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ଅଧିକ ପଢ଼ନ୍ତୁ: ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ମୋତିଗଞ୍ଜ-ଝିଲାହି ରେଳ ଷ୍ଟେସନ ମଧ୍ୟରେ ଟ୍ରେନ ନମ୍ବର – ୧୫୯୦୪ ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ୧୨ଟି କୋଚ୍ ଲାଇନଚ୍ୟୁତ ହୋଇଛି । ତେବେ ଟ୍ରେନ୍‌ଟି ଦିବ୍ରୁଗଡ ଆଡକୁ ଯାଉଥିଲା ବୋଲି ଜଣାପଡ଼ିଛି ।

ଅନ୍ୟପଟେ ପ୍ରଶାସନ ତରଫରୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ ପ୍ରଶାସନ ତରଫରୁ ସେନା ଯବାନଙ୍କୁ ମଧ୍ୟ ପଠାଯାଇଥିବା ଜଣା ପଡ଼ିଛି । ତେବେ ରେଳବାଇର ଅତିରିକ୍ତ ଉଦ୍ଧାରକାରୀ ଦଳ ଗୋରଖପୁର ଏବଂ ଗୋଣ୍ଡା ଜିଲ୍ଲାରୁ ମଧ୍ୟ ପଠାଯାଇଛି ।

ତେବେ ଘଟଣା ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମାଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ସେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଛନ୍ତି । ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରୁଛନ୍ତି ବୋଲି ଆସାମ ସିଏମଓ ତରଫରୁ କୁହାଯାଇଛି । 

ଏକାଧିକ ବଗି ସମ୍ପୂର୍ଣ୍ଣ ଭାବେ ଓଲଟି ପଡିଛି । ୧୨ଟି ବଗି ଲାଇନ ଚ୍ୟୁତ ହୋଇଛି ବୋଲି ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉତ୍ତରପ୍ରଦେଶର ସରକାରୀ ଅଧିକାରୀ । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନ ୨ଟା୩୦ରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା ।

ଅଧିକ ପଢ଼ନ୍ତୁ: ରୋଗୀ ନେଇ ଯାଉଥିଲା ଆମ୍ବୁଲାନ୍ସ; ଧକ୍କାଦେଲା ସିମେଣ୍ଟ ବୋଝେଇ ଲରି, ଚାଲିଗଲା ୬ଜୀବନ

ପରେ ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ମନ୍ତ୍ରାଳୟ ମଧ୍ୟ ଘଟଣା ଉପରେ ନଜର ରଖିଛି । ମନ୍ତ୍ରାଳୟ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଦୁର୍ଘଟଣାସ୍ଥଳରୁ ୫ କିମି ଦୂରରେ ରହିଛି ଝୁଲାହି ରେଳ ଷ୍ଟେସନ । ଦୁର୍ଘଟଣା ପରେ ଏକାଧିକ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now