Advertisment

ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ଏସି, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀକୁ ଖବର ଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
nursing home fire

nursing home fire

ବାରିପଦାର ଏକ ଘରୋଇ ନର୍ସିଂହୋମ୍‌ରେ ନିଆଁ। ଆଜି ଭୋର୍‌ରୁ ନର୍ସିଂହୋମ୍‌ର ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରେ ନିଆଁ ଲାଗିଥିଲା। ଭୋର୍‌ ୪ଟାରେ ଏହି ଅଗ୍ନିକାଣ୍ଡ ଖବରପାଇ ବାରିପଦା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

Advertisment

ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚିବା ବେଳକୁ ପରିବେଶ ଧୂଆଁମୟ ହୋଇଯିବା ସହ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ଅଧଘଣ୍ଟାର ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ।

ଏହି ସମୟରେ ନର୍ସିଂହୋମ୍‌ରେ ଥିବା ୪ଜଣ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବାରିପଦା ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଏସି ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ସେଭଳି କିଛି ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ବେଳେ ନର୍ସିଂହୋମରେ ଫାୟାର ସୁରକ୍ଷା ନେଇ ଯାଞ୍ଚ୍ କରାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।

Advertisment

ଦୁଇଦିନ ତଳେ ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା । ଏକଥା ଜଣାପଡିବା ପରେ ଆରମ୍ଭ ହୋଇଥିଲା ଧାଁ ଦୌଡ଼ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ । ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ସିଡ଼ି ଲଗାଇ ଉଦ୍ଧାର କରାଯାଇଥିଲା ।

ତେବେ ତ୍ରିଶା ହସ୍ପିଟାଲରେ କେମିତି ଲାଗିଲା ନିଆଁ । ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହସ୍ପିଟାଲରେ ଅଗ୍ନି ନିରାପତ୍ତା ସମ୍ପର୍କରେ ତଦନ୍ତ ପାଇଁ ଅଗ୍ନିଶମ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ରୋଗୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Fire Breaks Out
Advertisment
Advertisment