Advertisment

କେମିତି ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଟ୍ରେନ୍ ? ତଦନ୍ତ କରୁଛି ରେଲୱେ ସେଫଟି କମିଶନର...

ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Gonda train accident Reason

Gonda train accident

କେମିତି ଓ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ? ତଦନ୍ତ କରୁଛନ୍ତି ରେଲୱେ ସେଫଟି କମିଶନର। ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ। ଉତ୍ତରପ୍ରଦେଶର ଗୋଣ୍ଡାରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। 

Advertisment

ବର୍ତ୍ତମାନ ଯୁଦ୍ଧକାଳୀନଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ରାତି ସାରା ଚାଲିଥିଲା କାମ। ଟ୍ରାକରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନର ଗୋଟିଏ ପରେ ଗୋଟିଏ ବଗିକୁ ହଟାଯାଉଛି । ଅତ୍ୟାଧୁନିକ ମେସିନ୍ ଓ ଯନ୍ତ୍ରପାତି ଜରିଆରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର ଓ ଟ୍ରାକ ମରାମତି କାମ।

ଅଧିକ ପଢ଼ନ୍ତୁ: ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିଲା। ପାଖାପାଖି ୬ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ। ଗୁରୁତର ଆହତଙ୍କ ପାଇଁ ଅଢେଇ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି। 

Advertisment

ତେବେ ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଦିବ୍ରୁଗଡ଼ ଏକ୍ସପ୍ରେସରେ ଥିବା ଜଣେ ଲୋକ ପାଇଲଟ ସାଂଘାତିକ ବୟାନ ଦେଇଛନ୍ତି। ଟ୍ରେନ ଲାଇନଚ୍ୟୁତ ହେବା ପୂର୍ବରୁ ଡ୍ରାଇଭର ଜଣଙ୍କ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିଥିବା ଦାବି କରିଛନ୍ତି। ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ସେ କଥାଏ ଏଯାଏ ଜଣାପଡ଼ିନି। ଏବେ ରେଲୱେ ସେଫଟି କମିଶନର ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ରୋଗୀ ନେଇ ଯାଉଥିଲା ଆମ୍ବୁଲାନ୍ସ; ଧକ୍କାଦେଲା ସିମେଣ୍ଟ ବୋଝେଇ ଲରି, ଚାଲିଗଲା ୬ଜୀବନ

Train Accident Accident Train Derailment Train Derailed Train Mishap
Advertisment
Advertisment