ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି।
କିଛି ଦିନର ଶୀତ ପରେ ରାଜ୍ୟରୁ ଶୀତ ଉଭାନ। କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି। ତେବେ ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତ ସାମାନ୍ୟ କମିପାରେ।
ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।
ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।
ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ ।
୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।
ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇପାରେ ।
ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ।
ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ନାଁ ପେଙ୍ଗାଲ । ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବାତ୍ୟା । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବ ବାତ୍ୟା ।
ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା । ବଙ୍ଗୋପସାଗରରେ ଆସୁଛି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।
ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି।
ଜଳବାୟୁ ପରିବର୍ତ୍ତନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ବର୍ତ୍ତମାନର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ମଣିଷ ପାଇଁ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି ।
ଏବେ ନାହିଁ ଲଘୁଚାପ । ପାଣିପାଗ ବିଭାଗ କହିଛି, ଆସନ୍ତା ୭ଦିନ ମଧ୍ୟରେ ଲଘୁଚାପ ହେବାର କୌଣସି ସମ୍ଭାବନା ନାହିଁ ।
ଦେଶର ରାଜଧାନୀ ଦିଲ୍ଲୀ, ଯାହା ସବୁବେଳେ ରାଜନୀତି ପାଇଁ ସରଗରମ ହୋଇ ରହିଥାଏ ଓ ସାରା ଦେଶର ନଜର ଏହା ଉପରେ ଥାଏ, ଏବେ ସେହି ରାଜନୈତିକ ମହାନଗରୀ ପାଇଁ ସବୁଠାରୁ ବଡ଼ ଖବର ହେଲା ଏହାର ପାଣିପାଗ ପରିବର୍ତ୍ତନ।
ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି ।
ନଭେମ୍ବରରେ ଆଉ ଏକ ବାତ୍ୟା ଆସିବା ନେଇ IMD କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡ଼ିରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି ।
୧୯୯୯ ମହାବାତ୍ୟାକୁ ପୂରିଲା ୨୫ବର୍ଷ। ସେଦିନର କଥା ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେଖିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଯାହା ଥିଲା କଳ୍ପନାର ବାହାରେ।
ଦୁର୍ବଳ ପଡୁଛି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି ।
ବର୍ଷା ଓ ପବନ ସାଙ୍ଗକୁ କୂଳରେ ପିଟି ହେଉଥିଲା ସମୁଦ୍ରର ଉଚ୍ଚ ଜୁଆର ।
ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି ।
ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ଦାନା ଶକ୍ତିହୀନ ଓ ଅସଙ୍ଗଠିତ ଅବସ୍ଥାରେ ଲ୍ୟାଣ୍ଡଫଲ୍ କରିଥିଲା ।