• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ବର୍ଷା ଲାଗି ରହିଛି । ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ: ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ

ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ । ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୪ ଡିଗ୍ରୀକୁ ପାରଦ କମି ଶୀତର ପ୍ରଭାବ ପଡ଼ିବା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର । ତେଣେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା ଚିକିଟିରେ ସବୁଠାରୁ ଅଧିକ ୩୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୧୨.୮, କାଶୀନଗରରେ ୧୨.୬, ନୂଆଗଡ଼ରେ ୧୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ସେପଟେ ଏଭଳି ପ୍ରତିକୂଳ ପାଗର ପ୍ରଭାବରେ ଯିଏ ଯେତେ ପ୍ରଭାବିତ ହୁଅନ୍ତୁ ନା କାହିଁକି, ଚାଷୀର କିନ୍ତୁ ଉଜୁଡ଼ିବାକୁ ବସିଛି ବର୍ଷକର ଦାନାପାଣି । ଅମଳ ଫସଲକୁ ବଞ୍ଚାଇବା ପାଇଁ ସବୁଠି ଚାଲିଛି କସରତ । କାରଣ ଆଉ ଦିନେ ଦୁଇ ଦିନ ଭିତରେ ଏସବୁ ଅମଳ ଧାନ ଘରକୁ ନଚେତ ମଣ୍ଡିକୁ ଯାଇଥାନ୍ତା । ତା’ଆଗରୁ କିନ୍ତୁ ପ୍ରତିକୂଳ ପାଗ ଅକଳରେ ପକାଇ ଦେଇଛି ଚଷାପୂଅକୁ । ଏଭଳି ବର୍ଷା ଯଦି ଲାଗିରହେ, ତେବେ ଅମଳ ଧାନ ଗଜା ହେବାର ଆଶଙ୍କା କରି ଚିନ୍ତାରେ ପଡ଼ିଛି ଚାଷୀ ।

ଅଧିକ ପଢ଼ନ୍ତୁ: ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ

OTV is now on Whatsapp

Join and get latest news update delivered to you via whatsapp

Join Now