Advertisment

Weather Update: ଆଜିଠୁ ବଦଳିବ ପାଗର ମିଜାଜ୍; କମିବ ବର୍ଷା, ବଢିବ ଶୀତ

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।

author-image
Sonali Ojha
Rain

Rain

ଦୁଇଦିନର ଲଗାଣ ବର୍ଷାରେ ଲାଗିବ ବ୍ରେକ୍ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଥିବା ଝିପି ଝିପି ବର୍ଷା ଆଜିଠାରୁ କମିବା ସମ୍ଭାବନା ରହିଛି । ମାତ୍ର ଦକ୍ଷିଣ ଉପକୂଳ ଜିଲ୍ଲାରେ ବର୍ଷା ଲାଗିରହିବ । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ାରେ ଆଜି ବି ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ କୋହଲା ପାଗ ଦେଖାଦେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Advertisment

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୭୫ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୫୧.୬ ଏବଂ କଟକରେ ରେକର୍ଡ କରାଯାଇଛି ୩୩.୪ ମିଲିମିଟର ବର୍ଷା। ପାଣିପାଗ ବିଭାଗ କହିଛି, ପୂର୍ବରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏଁ ବର୍ଷା ହେବ। ଏହା କ୍ରମେ ଦୁର୍ବଳ ହେବା ପରେ ବଦଳିବ ପାଣିପାଗର ମିଜାଜ। ଏପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଦିନ ତାପମାତ୍ରା କମିଥିବା ବେଳେ ରାତି ତାପମାତ୍ରା ସ୍ବାଭାବିକଠୁ ଅଧିକ ରହିଛି ।

ଅମଳ ବେଳେ ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ, ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ ପଡ଼ି ସୁନାର ଫସଲ ବରବାଦ୍ ହୋଇଛି।ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆପଣ ଯୁଆଡ଼େ ଯାଆନ୍ତୁ ବିଲ ବାଡ଼ିରେ ବତୁରି ଯାଇଛି କଟା ହୋଇଥିବା ଧାନ। ୨ ଦିନର କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା, ଚାଷୀର ଭାତ ହାଣ୍ଡିକୁ ଉଜାଡ଼ି ଦେବା ପରେ ଏବେ ବୁଦ୍ଧିଶୂନ୍ୟ ହୋଇପଡ଼ିଛନ୍ତି ଚାଷୀକୂଳ।

Advertisment

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

Weather Winter Less Rain Fall
Advertisment
Advertisment