ବାତ୍ୟା ‘ଦାନା’ ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଏଥିପାଇଁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା ।
ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା ।
ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ବିଭିନ୍ନ ଇଲାକାରେ ଟଳିପଡ଼ିଥିଲା ଗଛଲତା। ଅବରୋଧ ରହିଥିଲା ରାସ୍ତାଘାଟ। ସବୁଠି ତୁରନ୍ତ ପହଞ୍ଚି ରାତି ତମାମ ଗଛଲତାକୁ କାଟି ରାସ୍ତା ଅବରୋଧ ହଟାଇଛି ଅଗ୍ନିଶମ ଟିମ୍।
ପାଣିପାଗ ବିଭାଗର କହିବା କଥା, ଲ୍ୟାଣ୍ଡଫଲ୍ ପରେ ବର୍ଷା ପରିମାଣ ଅଧିକ ରହିବ। ପ୍ରବଳ ବର୍ଷା ହେଲେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ।
Cyclone Dana: ମଧ୍ୟରାତ୍ରରୁ ତାଣ୍ଡବ ରଚିଥିବା ବାତ୍ୟା ଦାନା ବହୁ ଅଞ୍ଚଳରେ ନିଜର ତାଉ ଦେଖାଇଛି। ଏବେ ଶେଷ ପର୍ଯ୍ୟାୟରେ ରହିଛି ଭୀଷଣ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।
ଏବେ ପାରାଦୀପ ଠାରୁ ୮୦ କିଲୋମିଟର ଏବଂ ଧାମରା ଠାରୁ ୧୧୦ କିଲୋମିଟର ଦୂରରେ ରହିଛି ଏହି ସାମୁଦ୍ରିକ ଝଡ଼ । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି ।
ମୋଦି ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ।
ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ । କେନ୍ଦ୍ରାପଡ଼ାରୁ ଭଦ୍ରକ, ବାଲେଶ୍ୱରରୁ ଜଗତସିଂହପୁର ।
ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦର୍କ୍ଷେପ ଉପରେ ସମୀକ୍ଷା କରିଛନ୍ତି ସିଏମ୍ ।
ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । କେତେବେଳେ କରିବ ଲ୍ୟାଣ୍ଡଫଲ୍ ? ଆଜି ରାତି ଘଡିସନ୍ଧି ।
ଆଜି ଲୋକସେବା ଭବନରେ SRC, ରାଜସ୍ବମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା ଦାନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବାତ୍ୟା ‘ଦାନା’ର ଆଖିକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି IMD ଡିଜି । ସେ କହିଛନ୍ତି, ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି । ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ ।
ଭୀଷଣ ବାତ୍ୟା ‘ଦାନା’ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। 'ଦାନା' ଆସିବା ପୂର୍ବରୁ ଧାମରା ଆକାଶ ମେଘାଚ୍ଛନ୍ନ। ଧାମରାରେ କିଭଳି ରହିଛି ସ୍ଥିତି ଦେଖନ୍ତୁ କିଛି ଝଲକ...
ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ ।
ବାତ୍ୟା ଦାନା ମାଡ଼ରୁ ବର୍ତ୍ତିବା ପାଇଁ ଚାଲିଛି ବଡ଼ ତୟାରି। ବାତ୍ୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ ସେଥିପାଇଁ ମନ୍ଦିର ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେଇଛି।
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ସମୁଦ୍ର ଭାଗରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଏବେ ତାହା ପାରାଦୀପଠାରୁ ୨୮୦ କିଲୋମିଟର ଏବଂ ଧାମରାରୁ ୩୧୦ କିଲୋମିଟର ଦୂରରେ ରହିଛି ।
ପୋଲିସ ଓ ମତ୍ସ୍ୟବିଭାଗ ସହାୟତାରେ ସମସ୍ତଙ୍କୁ ଡଙ୍ଗାରେ ଉଦ୍ଧାର କରାଯାଇଛି ।
ପୁରୀରୁ ସାଗରଦୀପ ମଝି ସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିପାରେ ବାତ୍ୟା । ସେତେବେଳକୁ ତାହା ଭୀଷଣ ରୂପ ନେଇଥିବ ଓ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଥିବ। ପୂରା ଲ୍ୟାଣ୍ଡଫଲ ପ୍ରକ୍ରିୟା ପାଖାପାଖି ୫ ଘଣ୍ଟା ଧରି ଚାଲିବ ।
ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ନେଇ ମନ୍ତ୍ରୀଙ୍କ ସମୀକ୍ଷା । ୨୪ ଓ ୨୫ରେ ଶ୍ରୀମନ୍ଦିର ନଆସିବାକୁ ଭକ୍ତଙ୍କୁ ପରାମର୍ଶ ।
ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଉଦ୍ୟମ ।