ଧାନ ତ ନୁହେଁ, ସୁନା ଫଳିଥିଲା..ଫସଲ ତ ନୁହେଁ, କ୍ଷେତ ମଝିରେ ଆହାର ପୂରିଥିଲା। ହେଲେ ସେହି ସୁନାର ଫସଲ ଆଉ ବର୍ଷକର ଆହାର ଉଜୁଡ଼ିଯିବା ପରେ ଚାଷୀ ବା ଆଉ କରିବ କ’ଣ, ଶେଷରେ ହତାସ ହୋଇଯାଇଛି।
ଜଓ୍ୱାଦ ବର୍ଷାରେ ଘାଇଲା ଚାଷ । ହଜାର ହଜାର ହେକ୍ଟର ଜମିରେ ଭାସୁଛି ପାଚିଲା ଧାନ । ପାଣି ଭର୍ତ୍ତି କିଆରିରେ ପଚି ସଢ଼ି ଲୋଟୁଛି ପରିବା ଫସଲ । ସବୁଠି ଶୀଘ୍ର କ୍ଷତିପୂରଣ ଅପେକ୍ଷାରେ ଅନ୍ନଦାତା
ବାତ୍ୟା ଜଓ୍ୱାଦ୍ ସିନା ଦୁର୍ବଳ ହେଇଗଲା କିନ୍ତୁ ଚାଷୀଙ୍କ କି ଅବସ୍ଥା କରିଗଲା ଦେଖନ୍ତୁ.. ବର୍ଷ ଯାକର ଆହାରରେ ଆଣ୍ଠୁଏ ଆଣ୍ଠୁଏ ପାଣି.. ଋଣ କରି ସୁନାର ଫସଲ ଫଳେଇଥିବା ଚାଷୀ ଏବେ ଧୈର୍ଯ୍ୟହରା ହୋଇ ରାଜ୍ୟ ବାହାରକୁ ଯାଇ ମୂଲ ଲାଗିବାକୁ ଚିନ୍ତା କଲାଣି.
ନୂଆପଡା ଜିଲ୍ଲାରେ ଲଗାଣ ବର୍ଷାରେ କଣ ସବୁ ବ୍ୟାପକ କ୍ଷତି ହୋଇଛି ଦେଖନ୍ତୁ ଏହି ରିପୋର୍ଟ ।