• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଆଜି ପାଇଁ ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।

ଏଥିସହ ଆଗାମୀ ୩ ଘଣ୍ଟା ପାଇଁ ଟ୍ବିନ୍ ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୩ ଘଣ୍ଟା ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତାକାଲି ବି କିଛି ସ୍ଥାନରେ ବର୍ଷା ହେବ । ଆଜି ବି ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ଲାଗି ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଅଧିକ ପଢ଼ନ୍ତୁ: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ

ସେପଟେ ଗତକାଲିଠାରୁ ରାଜ୍ୟରେ ଜାରି ରହିଛି ବର୍ଷା । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କଳାହାଣ୍ଡିର କୋକସରାରେ ୬୫, ନବରଙ୍ଗପୁର ଡାବୁଗାଁରେ ୬୨, କୋସାଗୁମୁଡ଼ାରେ ୫୮.୬, କଳାହାଣ୍ଡି ଜୁନାଗଡ଼ରେ ୫୩, ଭବାନୀପାଟଣାରେ ୪୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । 

ଅନ୍ୟପଟେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀର ଦୁଃଖକୁ ଦ୍ବିଗୁଣିତ କରିଛି । ବର୍ଷାକୁ ନେଇ ପନିପରିବା ଚାଷୀ ଏବେ ଛାନିଆ । ଅମଳ ସମୟରେ ବର୍ଷା ଯୋଗୁଁ କୋବି, ମଟର ଝୁଇଁ, ମୂଳା ଭଳି ପରିବା ନଷ୍ଟ ହେଲାଣି । ଏଭଳି ବର୍ଷା ଆଗକୁ ଲାଗି ରହିଲେ ପରିବା ଚାଷୀ ବେଶ୍‌ କ୍ଷତି ସହିବେ ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆଜି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ ...

OTV is now on Whatsapp

Join and get latest news update delivered to you via whatsapp

Join Now