ସମୁଦ୍ର ଭିତରେ ଶକ୍ତିଶାଳୀ ହୋଇ ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଦାନା। ଆସନ୍ତାକାଲି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ନିକଟରେ ଦାନା ଅତିଭୀଷଣ ବାତ୍ୟାର ରୂପ ନେଇ କରିବ ଲ୍ୟାଣ୍ଡଫଲ୍।
ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା। ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ସ୍ଥଳରେ ସ୍ପଷ୍ଟ ବାରି ହେଲାଣି ବାତ୍ୟାର ପୂର୍ବାଭାସ। ସମୁଦ୍ରରେ ଥାଇ ତାଉ ଦେଖାଇବା ଆରମ୍ଭ କଲାଣି ଦାନା ।
ବାତ୍ୟା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାରକାର୍ଯ୍ୟ। ସମୁଦ୍ରକୂଳ ଓ ତଳିଆ ଅଂଚଳରେ ଥିବା ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ୍ କେନ୍ଦ୍ରରେ ରଖାଯାଉଛି।
Cyclone Dana: କେନ୍ଦ୍ରାପଡ଼ା ରାଜନଗରରେ ଦେଖାଦେଇଛି ଗ୍ୟାସ୍ ସିଲିଣ୍ଡର୍ ସଙ୍କଟ l ଲୋକଙ୍କ ଭିତରେ ସିଲିଣ୍ଡର୍ ନେଇ ଘରେ ରଖିବାକୁ ଲାଗିଛି ଯେମିତି ପ୍ରତିଯୋଗିତା ।
ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସରିବ । ସନ୍ଧ୍ୟା ପୂର୍ବରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
୬୭ କର୍ପୋରେଟରଙ୍କୁ ନେଇ ମେୟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବାତ୍ୟା ମୁକାବିଲା ପାଇଁ ରାଜଧାନୀରେ ୮୦ରୁ ଉର୍ଦ୍ଧ୍ବ ଆଶ୍ରୟସ୍ଥଳୀ କରାଯାଇଥିବା ମେୟର କହିଛନ୍ତି ।
ବାତ୍ୟା ଦାନା ପାଇଁ OCS ପ୍ରିଲିମ୍ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରେ OCS ପ୍ରିଲିମ୍ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି ।
ଆଜି ସନ୍ଧ୍ୟା ପରଠୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷିବ ନେଇ ସୂଚନା । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳ ବର୍ଷା ହୋଇପାରେ ।
ବାତ୍ୟା ଆସିଲେ କଣ କରିବେ ? କଣ କରିବେନି ? ବାତ୍ୟା ଦାନାରୁ କେମିତି ରକ୍ଷା ପାଇବେ ?
ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା । ଲ୍ୟାଣ୍ଡଫଲ୍ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ।
ସୃଷ୍ଟି ହେଲା ବାତ୍ୟା 'ଦାନା' । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ଦାନା'। ଗଭୀର ଅବପାତ ଆଜି ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି ।
ବାତ୍ୟା ମୁକାବିଲା ନେଇ ଚାଲିଛି ପ୍ରସ୍ତୁତି।ପଞ୍ଜାବ ଭଟିଣ୍ଡାରୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ୫ଟି NDRF ଟିମ୍। ଗତକାଲି ମଧ୍ୟରାତିରେ ଏହି ଟିମ୍ ଭୁବନେଶ୍ବର ବିମାନବନ୍ଦରେ ପହଞ୍ଚିଛନ୍ତି। ତେବେ ବଡ଼ କଥା ହେଉଛି ଏହି ଟିମ୍ରେ ମହିଳା ସଦସ୍ୟ ମଧ୍ୟ ଅଛନ୍ତି।
ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ଗଭୀର ଅବପାତ। ଆଜି ସୃଷ୍ଟି ହେବ ବାତ୍ୟା, କାଲି ଭୀଷଣ ରୂପ ନେବ। ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।
ଦାନାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଏୟାରଲିଫ୍ଟ ସିଷ୍ଟମ। କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ରହିଛି।
ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ବାଜଙ୍କୁ ମୟୂରଭଂଜ ଦାୟିତ୍ୱ । ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ।
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍ ବାତିଲ ଘୋଷଣା କଲା ରେଲୱେ । ମୋଟ ୧୭୮ଟି ଟ୍ରେନ୍ ବାତିଲ ନେଇ ରେଲୱେର ସୂଚନା ।
କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାରେ ଅଧିକ ପ୍ରଭାବିତ ହୋଇପାରେ ଉତ୍ତର ଓଡ଼ିଶା । ପୁରୀରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ବେଶୀ ପ୍ରଭାବ ଦେଖାଇପାରେ ସାମୁଦ୍ରିକ ଝଡ଼ ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ କାଲି ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ । ଏନେଇ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭିନ୍ନ ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ । ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଚାଲିଛି ଯାଞ୍ଚ ।
କଟକ ଛତ୍ରବଜାରରେ ଆଳୁ କିଲୋ ୫୦ ଟଙ୍କା ଓ ପିଆଜ ଦାମ୍ ୭୦ ଛୁଇଁଛି । ଗତକାଲି ୩୦ ଟଙ୍କାରେ ବିକ୍ରି ହେଇଥିବା ଆଳୁ ଦରରେ ଆଜି ୨୦ ଟଙ୍କା ବଢିଛି ।
ଅସଲି ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା।
ସୃଷ୍ଟି ହେଲା ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ।