ଏଥର ବର୍ଷା ନାହିଁ କି କେନାଲରେ ପାଣି ଆସୁନି। ଚାଷ ଜମି ଫାଟି ଆଁ କରିଥିବା ବେଳେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ।
ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର ।