• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି । ଶିମିଳିପାଳରେ ଏତେ ଥଣ୍ଡା ପଡ଼ିଛି ଯେ ସକାଳୁ ସକାଳୁ ଅଭ୍ୟନ୍ତରୀଣ ଇଲାକା ଗୁଡିକରେ ଥିବା ଘାସ ପଡିଆରେ ଶିଶିର ସବୁ ବରଫ ପାଲଟି ଯାଇଛି । ଶିମିଳିପାଳର ଅନେକ ସ୍ଥାନରେ ଥିବା ପଡିଆ ବରଫ ଗାଲିଚା ଭଳି ଦେଖିବାକୁ ମିଳିଛି । ପ୍ରତିବର୍ଷ ଶିମିଳିପାଳରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ସୂଚନା ଅନୁଯାୟୀ ଶିମିଳିପାଳର ଆପାର ବାରାହାକାମୁଡାରେ ପାରଦ ଖସି ୩ ଡିଗ୍ରୀରେ ପହଂଚିଛି ।

ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ବିଳମ୍ବରେ ହେଲେ ବି ରାଜ୍ୟରେ ଶୀତ ପ୍ରକୋପ ଧୀରେ ଧୀରେ ବଢୁଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ସପ୍ତାହେ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ମୁଖ୍ୟତଃ ପାଗ ଶୁଖିଲା ରହିବ । ତା’ସହ ବଢ଼ିବ ଶୀତ । ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୯ ଡିଗ୍ରୀ ଯାଏଁ ପାରଦ ରହିପାରେ ।

ଅଧିକ ପଢନ୍ତୁ: ଖସୁଛି ପାରଦ, ବଢୁଛି ଶୀତ! ୯ ଡିଗ୍ରୀକୁ ଖସିଲା ତାପମାତ୍ରା

ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ । ଆଗାମୀ ଦିନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହିବ । କିଛି ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବା ନେଇ ବି ଆଲର୍ଟ ଜାରି କରିଯାଇଛି ।

ସେପଟେ ଗତ କେତେଦିନ ତଳେ ଟ୍ୱିନ୍‌ ସିଟିରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଥିଲା । ରାଜଧାନୀ ଭୁବନେଶ୍ୱର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିଲା । ଏପଟେ ଠିକ୍ ଅମଳ ବେଳକୁ ଧୋକା ଦେଇଛି ଅଦିନିଆ ବର୍ଷା । ଜମିରେ ଧାନ କଟା ହୋଇ ପଡ଼ିଥିବା ବେଳେ ହଠାତ ଅଦିନିଆ ଲଗାଣ ବର୍ଷାରେ ଭିଜି ଯାଇଛି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଏକର ଏକର ଧାନ ଫସଲ ।

ଫଳରେ ବର୍ଷାରେ ବତୁରି ଯାଇଛି ଶହ ଶହ ଚାଷୀଙ୍କ ସ୍ୱପ୍ନ ଓ ବୃଥା ଯାଇଛି ପରିଶ୍ରମ । ଶହ ଶହ ହେକ୍ଟର ଜମିରେ ଧାନ ଏବେ ଓଦା ପଡ଼ିଥିବା ବେଳେ ଆଗକୁ ଭଲ ମାନର ଧାନ କେମିତି ଅମଳ ହେବ, ଏବଂ କିଭଳି ଉଚିତ ମୂଲ୍ୟ ମିଳିବ ତାକୁ ନେଇ ଚିନ୍ତାରେ ଚାଷୀ । ଦରକାର ବେଳେ ଦେଖାନଥିଲା, ଏବେ ଠିକ୍ ଅମଳ ସମୟରେ ଧୋକ୍କା ଦେଲା ।

ଅଧିକ ପଢନ୍ତୁ: ଡିସେମ୍ବର ଅଧା ହେଲାଣି, ରାଜ୍ୟରେ ଧିରେ ଧିରେ ବଢ଼ୁଛି ଶୀତ

OTV is now on Whatsapp

Join and get latest news update delivered to you via whatsapp

Join Now