Advertisment

Video: ଶୀତରେ ଥରୁଛି ସାରା ଓଡ଼ିଶା

ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।

author-image
Santosh Kumar Sahoo

ଖସୁଛି ପାରଦ, ବଢୁଛି ଶୀତ । ଅସହ୍ୟ ହେଲାଣି ଜାଡ । କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର, ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ । କିଛି ସ୍ଥାନରେ ତ ତୁଷାରପାତ ହେଲାଣି । ଆହୁରି ୨୪ ଘଣ୍ଟା ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ପରଠାରୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି ।

Advertisment
Odisha Cold Wave Winter
Advertisment
Advertisment