ଆଇନ ବିଭାଗ ହେପାଜତରୁ ହଜିଲା ୨ଟି ଫାଇଲ । ଉଦବେଗ ପ୍ରକାଶ କଲା ଶ୍ରୀମନ୍ଦିର ଛତିଶା ନିଯୋଗ । ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଫାଇଲ୍ ହଜିନାହିଁ, କେଉଁଠି ରହିଯାଇଛି କହିଲେ ଆଇନ ମନ୍ତ୍ରୀ ।
ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାରମ୍ପରିକ ଉପାୟରେ କର୍ପୁର, ଚୂଆ, ଚନ୍ଦନ ଓ କସ୍ତୁରୀରେ ପ୍ରସ୍ତୁତ ସାମଗ୍ରୀରେ ଅସରପା ବଂଶ ନିପାତ ସହ ମୂଷାମରା ଯନ୍ତ୍ର ବହୁଳ ବ୍ୟବହାର ପାଇଁ ଉଠିଛି ଦାବି ।
କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ, ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?
ଭାଙ୍ଗିଯାଇଛି କି ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ? ହେଉଛି କି ନୀତିକାନ୍ତି ବାଧାପ୍ରାପ୍ତ? ନା ସେମିତି କିଛି ଘଟଣା ଘଟିନାହିଁ..
ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।
ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ଟଙ୍କାଙ୍କୁ ସେ ପ୍ରଭୁ ଜଗନ୍ନାଥଙ୍କୁ ଦାନ କରିଛନ୍ତି।
ଆଜି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିବ।
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ମୁସଲମାନଙ୍କ ମୁଖରେ ଜଗନ୍ନାଥ ଜଣାଣ । ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି । କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି ।
ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା
୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ ।
ବଡ଼ଦାଣ୍ଡରେ ଏ ଅଭାବନୀୟ ଘଟଣାକୁ ନେଇ ତୀବ୍ର ଉଦବେଗ ପରେ ମଧ୍ୟ ସଂପୃକ୍ତ ଟେଣ୍ଟହାଉସ୍ ସଂସ୍ଥା ଏଯାଏଁ ସାମ୍ନାକୁ ଆସି ନାହାନ୍ତି।
ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ।
ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ । ଧର୍ମମାସ କାର୍ତ୍ତିକରେ ପୁରୀ ଶ୍ରୀକ୍ଷେତ୍ରରେ ମାସେବ୍ୟାପୀ ଭଜନ, କୀର୍ତ୍ତନ, ଜଣାଣ ଓ ନିଷ୍ଠାର ସହ ବ୍ରତ, ଉପାସନା ପରେ ଆଜି ପୁରୀ ଛାଡ଼ିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାରରୁ ଅଧିକ ହବିଷ୍ୟାଳୀ ।
କାଳିଆକୁ ଛାଡ଼ିଯିବାର ଦୁଃଖ ପ୍ରତିଟି ହବିଷ୍ୟାଳିଙ୍କ ଆଖିକୁ ଭିଜାଇ ଦେଉଥିବା ସ୍ପଷ୍ଟ ବାରି ହେଉଥିଲା ।
ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।
ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ଘର ବାଡ଼ିରୁ ଜଗନ୍ନାଥଙ୍କ ଏହି ପଥର ମୂର୍ତ୍ତି ମିଳିଛି। ଗତ ୨ ବର୍ଷ ହେବ ବାରମ୍ବାର ସ୍ୱପ୍ନାଦେଶ ହେଉଥିଲା।
ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା।
କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ସୁନାବେଶ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ ।