• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଆସିଲା ବିବାଦ । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଛି । ନାଟମଣ୍ଡପର ୪ଟିରୁ ୩ଟି କଲମରେ ଫାଟ ଥିବା ସୂଚନା ମିଳିଛି । ୩ଟି କଲମ ଓ ବିମ୍‌ରେ ଫାଟ ରହିଥିବା ସୂଚନା ଦେଇଛି ଶ୍ରୀମନ୍ଦିର ବୈଷୟିକ କୋର କମିଟି । ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ଅନୁଧ୍ୟାନ ପରେ ଫାଟ ଠାବ ହୋଇଥିବା ନେଇ ସୂଚନା ଦେଇଛନ୍ତି କୋର କମିଟି ସଦସ୍ୟ ଏନ୍.ସି ପାଲ୍ ଓ ଏସ୍.କେ ଭଟ୍ଟାଚାର୍ଯ୍ୟ ।

ଅନ୍ୟପଟେ ନିକଟ ଅତୀତରେ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଥିଲା ପଥର । ଜେଟିପି ବସୁଥିବା ଚର୍ଚ୍ଚା ଘର ସାମ୍ନା ନାଟମଣ୍ଡପ-ଜଗମୋହନ ଜଏଣ୍ଟ ସ୍ଥଳର ଏକ ଚାଳିରୁ ପଥର ଖଣ୍ଡ ଖସିଛି । ପଥର ଖସିବା ଘଟଣାକୁ ଉନ୍ନୟନ ପ୍ରଶାସକ ଅଜୟ ଜେନା ସ୍ୱୀକାର ମଧ୍ୟ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।

ସେପଟେ ଶ୍ରୀମନ୍ଦିରରୁ ବାରମ୍ବାର ପଥର ଖସିବା ଘଟଣାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୂଚନାଥାଉ କି, କିଛି ମାସ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା ।

ପୂର୍ବରୁ ଶ୍ରୀମନ୍ଦିର ଜଗମୋହନରେ ବଡ଼ ଫାଟ ଥିବା ଜଣାପଡ଼ିଥିଲା । ହାଇକୋର୍ଟରେ ଆମିକସ୍‌କ୍ୟୁରୀ ଦେଇଥିବା ରିପୋର୍ଟରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା । ଜଗମୋହନର କିଛି ସ୍ଥାନରେ ବଡ଼ ଫାଟ ରହିଥିବା ସେଥିରେ କୁହାଯାଇଥିଲା । ପଥର ମୂଳ ସ୍ଥାନରୁ ଖସି ଯାଇଥିବା ଓ ଚୂନ ପଥର ପଲସ୍ତରା ବି ବାହାରି ଯାଇଥିବା ରିପୋର୍ଟରେ ଲେଖାଥିଲା । ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଥିବା କୁହାଯାଇଛି ।

ଖାଲି ସେତିକି ନୁହେଁ ଜଗମୋହନ ଦୁର୍ବଳ ଓ ନାଟମଣ୍ଡପ ବିମ୍‌ରେ ଫାଟ ସମ୍ପର୍କରେ IIT ମାଡ୍ରାସ୍ ଦେଇଥିବା ଅନୁଧ୍ୟାନ ରିପୋର୍ଟକୁ ସେତେବେଳେ ଦର୍ଶାଇଥିଲେ ଆଞ୍ଚଳିକ ASI ମୁଖ୍ୟ ଅରୁଣ ମଲ୍ଲିକ । ତେବେ ୨୦୧୮ ଅଗଷ୍ଟ ମାସରୁ ମରାମତି କାମ ହୋଇନଥିବା କହିଥିଲେ ଆମିକସ୍‌କ୍ୟୁରୀ ।