/odishatv-khabar/media/post_attachments/uploadimage/library/16_9/16_9_0/Srimandir_1666163465.jpg)
Srimandir
ଶ୍ରୀମନ୍ଦିର ଜଗମୋହନରେ ବଡ଼ ଫାଟ। ହାଇକୋର୍ଟରେ ଆମିକସ୍କ୍ୟୁରୀ ଦେଇଥିବା ରିପୋର୍ଟରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଜଗମୋହନର କିଛି ସ୍ଥାନରେ ବଡ଼ ଫାଟ ରହିଛି । ପଥର ମୂଳ ସ୍ଥାନରୁ ଖସି ଯାଇଛି, ଚୂନ ପଥର ପଲସ୍ତରା ବି ବାହାରି ଯାଇଛି । ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ତେଣୁ ଜଗମୋହନର ସରଂକ୍ଷଣ ଓ ମରାମତି ଆବଶ୍ୟକ ବୋଲି ଚିନ୍ତା ପ୍ରକଟ କରିଛନ୍ତି ଆମିକସ୍କ୍ୟୁରୀ । ଏନେଇ ASI ଓ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବାକୁ ସେ କୋର୍ଟକୁ ଜଣାଇଛନ୍ତି । ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ତଥ୍ୟ ଉପସ୍ଥାପନ ହୋଇଛି । ଗତ ସେପ୍ଟେମ୍ବର ୧୭ ତାରିଖରେ ଆମିକସ୍କ୍ୟୁରୀ ଶ୍ରୀମନ୍ଦିର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ASI ଓ ଶ୍ରୀମନ୍ଦିର ପ୍ରଶାସନ ସହ ଏନେଇ ଆଲୋଚନା ବି ହୋଇଥିଲା ।
ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ନିକଟରେ ତିଆରି ହେବ ଅଭ୍ୟର୍ଥନା କକ୍ଷ; ଅନୁମତି ଦେଲା ଏନଏମ୍ଏ
ଜଗମୋହନ ଦୁର୍ବଳ ଓ ନାଟମଣ୍ଡପ ବିମ୍ରେ ଫାଟ ସମ୍ପର୍କରେ IIT ମାଡ୍ରାସ୍ ଦେଇଥିବା ଅନୁଧ୍ୟାନ ରିପୋର୍ଟକୁ ସେତେବେଳେ ଦର୍ଶାଇଥିଲେ ଆଞ୍ଚଳିକ ASI ମୁଖ୍ୟ ଅରୁଣ ମଲ୍ଲିକ । ତେବେ ୨୦୧୮ ଅଗଷ୍ଟ ମାସରୁ ମରାମତି କାମ ହୋଇନଥିବା କହିଛନ୍ତି ଆମିକସ୍କ୍ୟୁରୀ । ହାଇକୋର୍ଟରେ ଆମିକସ୍କ୍ୟୁରୀଙ୍କ ଏହି ରିପୋର୍ଟ ପରେ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରରେ ଫାଟ ଓ ଦୁର୍ବଳ ସ୍ଥିତି ସମ୍ପର୍କରେ ଯଦି ଜାଣିଥିଲା ଏଏସ୍ଆଇ । ତାହେଲେ କେଉଁ ପ୍ରକାର ମରାମତି କାମ ହେଉଛି ତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)