• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଧନୁ ସଂକ୍ରାନ୍ତି ଅର୍ଥାତ ଆଜିଠୁ ଆସନ୍ତା ମକର ସକ୍ରାନ୍ତି ଯାଏଁ ପହିଲି ଭୋଗ ଚାଲିବ । ଯେଉଁଥି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି । ଏହି ମାସ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି । 

ମହାପ୍ରଭୁଙ୍କ ପାଇଁ ମାସକ ଯାକ ମାତା ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ । ବିଶେଷ ଭାବେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଏଥିରେ ରହିବ । ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକେରା, ଲଡ଼ୁ ଗଜା ପ୍ରଭୃତି ରହିଛି । ପ୍ରତିଦିନ ଅବକାଶ ଓ ମଙ୍ଗଳ ଆଳତୀ ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲଗାଯିବ । ମହାପ୍ରଭୁଙ୍କୁ ଏହି ମାସକ ଯାକ ସ୍ୱତନ୍ତ୍ର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ଅଧିକ ପଢ଼ନ୍ତୁ: ସେବାୟତ ହେଲେ ବି ସିଂହଦ୍ୱାରରେ ମୋବାଇଲ ଥୋଇବାକୁ ବାଧ୍ୟ

ସ୍ୱତନ୍ତ୍ର ନୀତି ଅନୁସାରେ ଆଜିଠାରୁ ପ୍ରତ୍ୟେହ ରାତି ୨ଟା ରେ ଶ୍ରୀମନ୍ଦିର ଦ୍ୱାର ଫିଟା, ୨:୩୦ରେ ଭିତର ଶୋଧ, ୨:୪୫ ରେ ମଙ୍ଗଳ ଆଳତୀ ଓ ରୋଷ ହୋମ, ଭୋର ୩:୧୫ରେ ମଇଲମ ଓ ତଡପ ଲାଗି, ୪ଟା ରେ ଅବକାଶ, ୪:୪୫ରେ ସୂର୍ଯ୍ୟପୂଜା, ସକାଳ ୫ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୫:୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଓ ଗୋପାଳ ବଲ୍ଳଭ, ୬:୩୦ରୁ ୮ଟା ମଧ୍ୟରେ କୋଠଭୋଗ, ୮:୨୦ରୁ ୯ଟା ମଧ୍ୟରେ ପୁନର୍ବାର ମଇଲମ ଓ ବେଶ ପରେ ଭୋଗମଣ୍ଡପ ଓ ଅନ୍ୟାନ୍ୟ ନୀତି ବଢ଼ି ଦିନ ୧୧ଟା ୪୫ରେ ଦ୍ଵିତୀୟ ଭୋଗ ମଣ୍ଡପ, ସାଢେ ଦୁଇଟାରେ ଦିବା ପହୁଡ଼ ଓ ସାଢେ ଚାରିଟାରେ ଦ୍ୱାର ଫିଟା ହୋଇ ସନ୍ଧ୍ୟା ଆଳତୀ, ମଇଲମ, ରାତି ପ୍ରାୟ ୯ ଟାରେ ଚନ୍ଦନ ଲାଗି ପରେ ରାତି ୧୦ଟା ରେ ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ | ଏଣୁ ଆଜିର ଦିନରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳୁଥିବା ବିଶ୍ୱାସ ରହିଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ଭକ୍ତ ଶ୍ରଦ୍ଧାଳୁ ମାନେ ମହାବାହୁଙ୍କ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି ।

ପହିଲି ଭୋଗର ପ୍ରଥମ ଦିନରେ କାଓ କା କହିଲା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ବିଭିର୍ନ ସୁସ୍ୱାଦୁ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ଭୋଗ କରାଯାଇଛି । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ । ସେପଟେ ଏତେ ଶ୍ରୀଘ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏତେ ପ୍ରକାର ପିଠା ଓ ଖେଚୁଡି, ଡାଲେମା ଆଦି ଭୋଗପ୍ଳସ୍ତୃତ କରାଯାଇ ଭୋଗ ଲଗାଯାଇଛି, ତାହା ମଣିଷ ହାତରେ ସମ୍ଭବ ନୁହଁ।

ମା ଓ ପୁଅର ଅନାବୀଳ ସେହ୍ନ, ବାତସ୍ୟଳ ମମତାର ଅନନ୍ୟ ନିର୍ଦର୍ଶନ । ଜନ୍ମ ଜନ୍ମାନ୍ତରର ଅନାବିଳ ସମ୍ପର୍କର ନିଦର୍ଶନ ସ୍ୱରୂପ ମହାପ୍ରଭୁ ଲୀଳାମୟ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଏହି ଲୀଳା ସମ୍ପାଦନ କରୁଥିବା ଜଣାଯାଏ ।