ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ ।
ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇଥାନ୍ତି ସେବକ ।
ଏଥର ଚାଲିବ ରଥର ଉପରିଭାଗ କାମ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସରିଲା ବୈଠକ । ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା
ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।
ଥାନାରେ ମାମଲା ରୁଜୁ ପାଇଁ କୋର୍ଟ ଯାଇଥିଲେ ଓକିଲ ସଂଘ ସଂପାଦକ । ବେଆଇନ ଖନନ ଚାଲିଥିବାରୁ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ ।
ଶକ୍ତି କୁଣ୍ଡ କେଉଁଠୁ ଆସିଲା, କେମିତି ଆସିଲା ତାକୁ ନେଇ ପ୍ରଶ୍ନ । ପ୍ରତ୍ନତତ୍ତ୍ୱ ବିଭାଗର ତଦନ୍ତ ଓ ପରୀକ୍ଷଣ ଆବଶ୍ୟକ ।
ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।
ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।
ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।
ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।
୯୩ ବର୍ଷରେ ଥର ଥର ହେଉଛି ହାତ। ଆଖିକୁ ଭଲରେ ଦିଶୁନି କି କାନକୁ ଶୁଭୁନି। ତଥାପି ମରିଯାଇନି କାଳିଆ ପ୍ରତି ଥିବା ସମର୍ପଣ ଭାବ। ଏ ବୟସରେ ବି ସେ କେମିତି ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର କାମରେ ଲାଗି ପଡିଛନ୍ତି ଆସନ୍ତୁ ଦେଖିବା।
ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାମକୁ ନେଇ ବ୍ୟାପକ ଜନଜାଗରଣ ପାଇଁ ସଜ ହେଉଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା ।
ମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀ ଗୋବର୍ଦ୍ଧପୀଠ ଶଙ୍କରାଚାର୍ଯ୍ୟଙ୍କ ବିରୋଧ । ଗଜପତି ମହାରାଜା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚାନ ପରେ ଗତକାଲି ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ଏଏସ୍ଆଇ, ଓବିସିସି, ସ୍ଥପତି, ଐତିହାସିକ, ଗବେଷକ ଓ ସେବାୟତଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ସମସ୍ତଙ୍କୁ ଶୁଣିବା ପରେ ପ୍ରକଳ୍ପକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଛି । ପ୍ରେସ ରିଲିଜ୍ ଜରିଆରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧକ୍ଷତାରେ ବସଥିବା ବୈଠକରେ ପୁରୀ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।
ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ଅଛନ୍ତି ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ।
ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।
ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।
ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।
ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।