ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଜଗା ଦର୍ଶନ ପାଇଁ ଗହଳିରେ ଫାଟି ପଡୁଥିଲା ଶ୍ରୀକ୍ଷେତ୍ର । ଭିଡ଼ ଏମିତି ଯେ, ଦୁଇ ତିନିଘଣ୍ଟା ଧରି ଧାଡ଼ିରେ ଠିଆ ହେଲା ପରେ ହିଁ ସିଂହଦ୍ୱାର ଯାଏଁ ଯାଇ ହେଉଥିଲା ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ବତନ୍ତ୍ର ରାମ୍ପ ।
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ଏଭଳି ସତ୍ୟପାଠ ଦାଖଲ କରି ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିବା ଦର୍ଶାଇଛି ASI ।
ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI
ଗୃହମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ ।
ଗତ ସନ୍ଧ୍ୟାରେ ଏ ହେଉଛି ବାଇଶି ପାହାଚର ଦୃଶ୍ୟ । ପ୍ରବଳ ବର୍ଷାରେ ପାଣିର ସୁଅ କେତେ ଦେଖିପାରୁଥିବେ । ବଡଦାଣ୍ଡରେ ଛୁଟିଲା ସୁଅ ।
ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।
ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।
ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।
ଆସନ୍ତା ଗୁରୁବାର ବନକଲାଗି କରାଯିବ ବୋଲି ଦତ୍ତମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତ ସୂଚନା ଦେଇଥିଲେ। ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି ।
ଦତ୍ତ ମହାପାତ୍ର ନିଯୋଗ ସଂପାଦକଙ୍କ ସୂଚନା, ଗୁରୁବାର ଶ୍ରୀମୁଖ ଶିଙ୍ଗାର କରିବାକୁ ପ୍ରଶାସନକୁ କରିଛୁ ନିବେଦନ...ବିବାଦ ଯୋଗୁଁ ନିଳାଦ୍ରୀ ବିଜେ ପରଠାରୁ ବନ୍ଦ ରହିଛି ଗୁପ୍ତ ନୀତି....
ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।
କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ ।
ବଜାରରେ ମିଳୁଥିବା ରଙ୍ଗମିଶା ନକଲି ପଦାର୍ଥକୁ କୁଆଡ଼େ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଉଥିବା ରୋକଠୋକ୍ ଅଭିଯୋଗ ଆଣିଛନ୍ତି ସେବାରେ ନିୟୋଜିତ ସେବକ।
ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।
ଚିତାଲାଗି ଅମାବାସ୍ୟାର ମୁଖ୍ୟ ଆକର୍ଷଣ ହେଉଛି ଚିତଉ ପିଠା। ଓଡ଼ିଆ ଗଣପର୍ବ ଚିତାଲାଗି ଅମାବାସ୍ୟାରେ ଜଗନ୍ନାଥଙ୍କ ନିକଟରେ ଭୋଗ ଭାବେ ଲାଗି ହେଉଥିବା ଚିତଉ ପିଠା ଛପନ ଭୋଗ ମଧ୍ୟରୁ ଅନ୍ୟତମ। ଆଜି ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳି ବିଷୟରେ ଜାଣିନେବା।
ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।
ବିକଶିତ ହେବ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର । ପୂର୍ବରୁ ବିଭିନ୍ନ ସମସ୍ୟା କାରଣରୁ ଏଠାରେ ସପ୍ତାହକୁ ମାତ୍ର ତିନିଦିନ ପୂଜା ହେଉଥିବା ବେଳେ ଏ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।
ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।
ରତ୍ନଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା । ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।