ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ ।
ଆବର୍ଷ, ନୂଆ ଆଶା, ବଡ଼ଦାଣ୍ଡରେ ନୂଆ ଅନୁଭବ...ଜୟ ଜଗନ୍ନାଥ ଧ୍ୱନି ଭିତରେ ବିଶ୍ୱନିୟନ୍ତାଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବାକୁ ଜଗାଦୁଆରେ ଭିଡ଼ ଲାଗିଥିଲା। ଭକ୍ତଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଆଜିଠୁ ପ୍ରଥମ କରି ଆରମ୍ଭ ହୋଇଥିଲା ଏସି ସେଡର ବ୍ୟବସ୍ଥା।
ଦିଗବାରେଣୀରୁ ବତୀଘର ଯାଏଁ ସମୁଦ୍ରକୂଳ ରାସ୍ତା ନୋ- ଭେହିକିଲ୍ ଜୋନ୍ । ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ ।
ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ । ଉତ୍ସବ ଲାଗି ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ ।
ଓଡ଼ିଆଙ୍କର ପରମପୂଜ୍ୟ ଶ୍ରୀଜଗନ୍ନାଥ ଧାମ । ଓଡ଼ିଆଙ୍କ ଗର୍ବ ଓ ଗୌରବ ହେଉଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ କିଛି ନିୟମ ରହିଛି । ସମସ୍ତେ ମନ୍ଦିର ଭିତରକୁ ପ୍ରବେଶର ଅଧିକାର ପାଇ ନାହାନ୍ତି । ସେ ଯେତେ ବଡ଼ ନେତା ହେଉ କିମ୍ବା ପ୍ରଶାସନିକ ଅଧିକାରୀ ଅବା କେଉଁ ବ୍ୟବସାୟୀ । ଜାଣନ୍ତୁ ବଡ଼ ପଦବୀରେ ରହିବା ସତ୍ତ୍ୱେ କେଉଁମାନଙ୍କ ପାଇଁ ବନ୍ଦ ଥିଲା ଶ୍ରୀମନ୍ଦିର ।..
ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି ।
ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରେଟ୍ ସୁନାର ଦୁଇଟି ଚିତା ତିଆରି କରାଯାଇଥିବା କୁହାଯାଉଛି । ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି।
ଆଉ ୧୨୦୦ କିଲୋମିଟର ୪୦ଦିନରେ ଅତିକ୍ରମ କରିବେ ବୋଲି ସାଧୁ ସନ୍ଥ ମାନେ କହିଛନ୍ତି ।
ଜଗମୋହନ ଓ ନାଟମଣ୍ଡପ ମଧ୍ୟରେ ଲାଗିଥିବା କାଠ ଓ ମୂର୍ତ୍ତୀ ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ ସଂଗ୍ରହାଳୟରେ ରଖାଯାଇଛି ।
‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ । ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ। ଶ୍ରୀଜଗନ୍ନାଥଙ୍କ ସେବାରେ ଏହି ପରମ୍ପରା କାହିଁକି ରହିଛି ଆସନ୍ତୁ ଜାଣିବା।
ଆଜି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଆଗାମୀ ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ ।
ପ୍ରଥମାଷ୍ଟମୀ ପାଇଁ ଘରେ ଘରେ ଜ୍ୟେଷ୍ଠ ସନ୍ତାନଙ୍କୁ ପୂଜାର୍ଚ୍ଚନା । ବଡ଼ ପୁଅ ଝିଅଙ୍କୁ ନୂତନ ବସ୍ତ୍ର ପିନ୍ଧାଇ କରାଯାଏ ବନ୍ଦାପନା ।
ଆଜି ଶ୍ରୀମନ୍ଦିରରେ ମାର୍ଗଶୀର- କୃଷ୍ଣ ସପ୍ତମୀ ପାଳନ କରାଯିବ । ଫଳରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ ।
ଆଜି ରାତି ସାରା ଶ୍ରୀମନ୍ଦିର ଖୋଲା ରହିବ....ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସୂଚନା...ଭକ୍ତମାନେ ଚାହିଁଲେ ଆଜି ରାତିରେ ଆସି ଦର୍ଶନ କରିପାରିବେ....
୫ ଦିନ ବ୍ୟାପି ମରିଚିକୋଟ ଛକଯାଏଁ ଲାଗିବ ବ୍ୟାରିକେଡ୍ । ବୟସ୍କଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦର୍ଶନ ପରାମର୍ଶକୁ ରାଜନୀତି ।
ମୁଖ୍ୟ ପ୍ରଶାସକ ରଖିଥିବା ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ସେ କହିଛନ୍ତି, ସରକାରଙ୍କ ଜିଦି ନବାବ ହୁସେନଙ୍କ ଜିଦିକୁ ବଳିଗଲା ।
କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ ।
ଆଗେ ଅଶାଳୀନ ପୋଷାକ କଟକଣା । ତା ପଛକୁ ପାନ, ଗୁଟଖା ବ୍ୟାନ୍ । କଣ୍ଟ ସେଇ ନୂଆବର୍ଷ । ଶ୍ରୀମନ୍ଦିରର ପବିତ୍ରତା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ ଶ୍ରୀମନ୍ଦିର ପ୍ରଶାସନ । ନେଇଛି ଆଉ ଏକ ବଡ଼ ପଦକ୍ଷେପ। ଭକ୍ତଙ୍କଠୁ ଆରମ୍ଭ କରି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କାହାକୁ ବି ଛାଡ଼ ନାହିଁ । କେହି ପାନ କି ଗୁଟ୍ଖା ଖାଇ ଶ୍ରୀମନ୍ଦିର ପ୍ରବେଶ କରି ପାରିବେନି । ଏବେ ଦୁଇମାସ ସଚେତନ କରାଯିବ, ନୂଆବର୍ଷରୁ ନିୟମ ଲାଗୁ ହେବ। ଫାଇନ୍ ବ୍ୟବସ୍ଥା ବି କଡ଼ାକଡ଼ି ହେବ।
ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି ।
ଶ୍ରୀମନ୍ଦିରରେ ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ତ୍ରୁଟି। ଭିଡ଼ ନିୟନ୍ତ୍ରଣରେ ଅବ୍ୟବସ୍ଥାରୁ ଘଣ୍ଟିଦ୍ବାର ଓ ସାତପାହାଚ ନିକଟରେ ଠେଲାପେଲାରେ ୧୦ରୁ ଅଧିକ ଭକ୍ତ ଓ ହବିଷ୍ୟାଳି ଆହତ ହୋଇଛନ୍ତି। ମଙ୍ଗଳ ଆଳତୀର ଠିକ୍ ପରେ ପରେ ଏହି ଅଘଟଣ ଘଟିଛି।
ନାଁ ଯେମିତି କାମ ବି ସେମିତି। ୬୫ ବର୍ଷୀୟ ବନବାସିନୀଙ୍କ ଦୁଇ ଝିଅ। ଜମି ବାଡି ନାହିଁ, ସମ୍ପତ୍ତି କହିଲେ ଏଇ ଯାହା ଘର ଖଣ୍ଡିଏ ଥିଲା। ଯାହାକୁ ମୃତ୍ୟୁ ପରେ ଦୁଇ ଝିଅ ଭାଗ କରି ନେଇଥାନ୍ତେ। ହେଲେ ଯେତେବେଳେ ମା’ ମନସ୍ଥ କଲେ ଘର ଦାନ କରିଦେବାକୁ, ଲୋଭ ନକରି ତୁରନ୍ତ ସହମତି ଦେଇଥିଲେ ଝିଅ।
ଦିନ ଥିଲା, ଇଏ ଥିଲା ସେବକ ପ୍ରିୟ ମାଧବ ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ସେବା । ଦେବଦାସୀ ସେବା । ଆଉ ଥିଲେ ମହାପ୍ରଭୁଙ୍କ ଦେବଦାସୀ ପରଂପରାର ଶେଷ ସେବିକା ପରସ ମଣି । ସେ ବି ୨୦୨୧ରୁ ଇହଧାମ ଛା଼ଡ଼ିଲେଣି । ତେବେ ଦେବଦାସୀ ପ୍ରଥା ବନ୍ଦ ହେବା ପରେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏମିତି ଗୀତ ଗୋବିନ୍ଦ ଗାଉଥିଲେ ପରସ ମଣି ।
ଆସନ୍ତକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।