ଦର୍ଶନ କରିବାକୁ ଯିବା ବେଳେ ଅଟକାଇବାରୁ ଆକ୍ରମଣ । କାବୁ କରି ସିଂହଦ୍ବାର ଥାନାକୁ ଆଣିଲା ପୋଲିସ ।
ପଖାଳ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ । ରତ୍ନ ସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଦିନର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପଖାଳ ବ୍ୟଞ୍ଜନ ଭୋଗପୟ ପାଇଥାନ୍ତି । ସୁବାସ ପଖାଳ, ମଲ୍ଲୀ ପଖାଳ, ଟଭା ପଖାଳ, ପାଣି ପଖାଳ, ମିଠା ପଖାଳ ପରି ସୁବାସିତ ପଖାଳ ଭୋଗ ଲାଗିଥାଏ ।
ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।
ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି ଭକ୍ତ ବିରକ୍ତ..
ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।
ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ। ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ।
ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ । ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ।
'କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେ ଫାଟ ହୋଇଛି' । 'ଫାଟ ଆଜିର ନୁହେଁ, ଦୀର୍ଘଦିନର; ଆମେ ରିପ୍ଲେସ କରିବୁ' ।
ଯେଉଁଦିନ ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଥିଲା, ଆଉ ଏଥିପାଇଁ ସମଗ୍ର ଓଡ଼ିଶାରେ ଏକ ଅଦିନିଆ ଆଧ୍ୟାତ୍ମିକ ମହାମହୋତ୍ସବର ମାହୋଲ ସୃଷ୍ଟି ହୋଇଥିଲା, ଠିକ ସେହିଦିନ ଏହି ରାଜ୍ୟର ଭୌଗୋଳିକ ସ୍ଥିତିରେ ଅବସ୍ଥିତ ବାଣୁଆଗୁଡା ଗାଁ କାନ୍ଦ ବୋବାଳିରେ ଫାଟିପଡୁଥିଲା! କ’ଣ ପୂରା ଘଟଣା ଆସନ୍ତୁ ଜାଣିବା…
ଆଗକୁ ଏହି ଅର୍ପଣ ଚାଉଳ, ଗୁଆ ଓ ନଡ଼ିଆ ଅନେକ ଜିଲ୍ଲାରୁ ଆସିବ। ତେଣୁ ଏହି ପ୍ରକ୍ରିୟା ଆସନ୍ତା ଫେବ୍ରୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।
ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ ।
ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଛି।
ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି । ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।
ଆଜି ସେଇ ମାହେନ୍ଦ୍ର ବେଳା । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
ଗୁଆ ଚାଉଳ ସଂଗ୍ରହ ନେଇ ପରିଚାଳନା କମିଟି କହି ନାହିଁ । ସରକାରଙ୍କ ସ୍ତରରେ ତାହା କରାଯାଉଛି ଏବଂ ଏଥିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଂଶ୍ଳୀଷ୍ଟ ନାହିଁ।
ମକର ସଂକ୍ରାନ୍ତିରୁ ତ୍ରିଦିନାତ୍ମକ ଯଜ୍ଞର ଶୁଭାରମ୍ଭ, ବେଦଧ୍ବନିରେ କଂପୁଛି ଚଉଦିଗ । ଶ୍ରୀସେତୁରୁ ଶ୍ରୀମାର୍ଗ ଯାଏଁ ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି ।
ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟବସ୍ଥା ହୋଇଛି ବୋଲି DGP କହିଛନ୍ତି ।
ବଡମ୍ବାର କଙ୍କଡ଼ାଯୋଡି ଗାଁରେ ବି ବିରୋଧ । ବିରୋଧ କଲେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ।
ସେପଟେ ଏଯାଏଁ ଶତ ପ୍ରତିଶତ ସରିପାରିନି ଶ୍ରୀସେତୁ ଠାରୁ ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର କିଛି କାମ।
ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।
ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି..