/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670598135.jpg)
Moozib Khan
ମୁସଲମାନଙ୍କ ମୁଖରେ ଜଗନ୍ନାଥ ଜଣାଣ । ମଧୁର ଗୀତ ଶୁଣି ଲୋକେ ତାଙ୍କୁ ଡାକୁଛନ୍ତି ସାଲବେଗ ବୋଲି । କାରଣ କେବେ ସେ ମହାପ୍ରଭୁଙ୍କ ଭଜନ ବୋଲୁଛନ୍ତି ତ ଆଉ କେବେ ରାମନାମ ଧରି ପୂଜାପାଠ ବି କରୁଛନ୍ତି । ସିଏ ଜଣେ ସଚ୍ଚା ମୁସଲମାନ୍ । ଯିଏ ଧର୍ମକୁ ପାଚେରୀ ଭାବେ କେବେ ଛିଡ଼ା ହେବାକୁ ଦେଇନାହାଁନ୍ତି । ତାଙ୍କ କହିବା କଥା, ଭଗବାନ ଏକ୍, ତାଙ୍କୁ ଯିଏ ଯେମିତି ଡାକିପାରିଲା । ତେଣୁ ଲୋକେ ତାଙ୍କୁ କହୁଛନ୍ତି ସାଲବେଗ ବୋଲି ।
ନୂଆପଡ଼ା ଜିଲ୍ଲା କାଣ୍ଡେତରା ଗାଁର ମୁଜିବ୍ ଖାଁ । ସେ ଜଗତରନାଥ ଜଗନ୍ନାଥଙ୍କ ପ୍ରେମରେ ବନ୍ଧା । ସେ ଜଣେ ସଚ୍ଚା ମୁସଲମାନ୍ ହୋଇଥାଇପାରନ୍ତି, କିନ୍ତୁ ଭାବର ଠାକୁର ପ୍ରେମରେ ବିଭୋର ସିଏ । କେବେ ସେ କୃଷ୍ଣଙ୍କ ଗୀତ ଗାଉଛନ୍ତି ତ କେବେ ଶିବଙ୍କ ଭଜନ ବୋଲୁଛନ୍ତି । ମୁଜିବଙ୍କ ଭାବନାରେ ଭଗବାନ ଏକ୍, ତାଙ୍କୁ ଯିଏ ଯେମିତି ଡାକିପାରିଲା ବୋଲି କୁହନ୍ତି ମୁଜିବ ।
ମୁଜିବ ଖାଁ । ଈଶ୍ୱରଙ୍କ ଜଣାଣ ଗାଇବାବେଳେ ସିଏ ଭୁଲିଯାଆନ୍ତି, ଜାତି ଧର୍ମର ଭେଦଭାବକୁ । ସଂଗୀତକୁ ଈଶ୍ୱରଙ୍କ ବରଦାନ ଭାବି ସାଧନା କରନ୍ତି ଅନବରତ ଭାବେ । ହିନ୍ଦି ହେଉ କି ଓଡ଼ିଆ ଅବା ସମ୍ବଲପୁରୀ । ପ୍ରତ୍ୟେକ ଭାଷାରେ ଗୀତ ଓ ସଂଗୀତ ମାଧ୍ୟମରେ ନିଜର ଭାବ ଆଉ ଆବେଗକୁ ଏଭଳି ପ୍ରକାଶ କରନ୍ତି ମୁଜିବ୍ । ମୁଜିବ କେବଳ ମହାପ୍ରଭୁଙ୍କ ଭଜନ ଗାଆନ୍ତି ନାହିଁ, ହିନ୍ଦୁ ଧର୍ମର ପ୍ରତ୍ୟେକ ପର୍ବପର୍ବାଣୀକୁ ସମ୍ମାନ ଦିଅନ୍ତି, ପାଳନ ବି କରନ୍ତି । ଏହି ସମୟରେ ଶୁଦ୍ଧ ଶାକାହାରୀ ଭୋଜନ କରନ୍ତି ସେ ।
ନୂଆପଡ଼ା ଅଞ୍ଚଳରେ ମୁଜିବ ଜଣେ ଜଣାଶୁଣା ଭଜନ ଗାୟକ । ଆଜି ବି ଯିଏ ବି ତାଙ୍କୁ ଜାଣିଛି, ଚିହ୍ନିଛି , ତାଙ୍କର ଏଭଳି ବିରଳ ବ୍ୟକ୍ତିତ୍ୱକୁ ପ୍ରଶଂସା କରୁଛି । ଇତିମଧ୍ୟରେ ଅନେକ ଭଜନ କ୍ୟାସେଟ୍ ହୋଇସାରିଛି ମୁଜିବଙ୍କ କଣ୍ଠରେ । ଏକାଧିକ ଷ୍ଟେଜ୍ ସୋରେ ସଂଗୀତ ପରିବେଷଣ କରିଛନ୍ତି, ୟୁଟ୍ୟୁବରେ ଜନାଦୃତ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)