• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ନିଷିଦ୍ଧ । ସେବାୟତ ଶ୍ରୀମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ନିକଟରେ ହୋଇଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା ଦେଇ ମନ୍ଦିରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ସୂଚନା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୋଟିଏ ଫୋନ୍ ରଖାଯିବ ।

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଶ୍ରୀମନ୍ଦିର ପରିଚାଳନା, ସେବାୟତ ପିଲାଙ୍କ ପାଇଁ ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୂଳମ ନେଇ ର୍ବିଲା ଫାଉଣ୍ଡେସନ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହା ବ୍ୟତୀତ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି ।

ଆଗାମୀ ଦିନରେ ପରିଚାଳନା କମିଟି ସଦସ୍ୟ ଯାଇ ଏହାର ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାମରେ ଥିବା ୧୬୦୦ ଏକର ଜଙ୍ଗଲ କିସମ ଜମିରେ ରଥ କାଠ ରୋପଣ କରାଯିବ । ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରାଯିବ । 

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ନିକଟରେ ତିଆରି ହେବ ଅଭ୍ୟର୍ଥନା କକ୍ଷ; ଅନୁମତି ଦେଲା ଏନଏମ୍ଏ

ଏଥିଲାଗି ଟେଣ୍ଡର ପରେ ପ୍ଲାନ୍ କାର୍ଯ୍ୟକାରୀ ହେବ । ଗୁଣ୍ତିଚା ମନ୍ଦିରର ନାଟମଣ୍ଡପ ମରାମତି ଏପ୍ରିଲ ପୂର୍ବରୁ ସରିବା ଲାଗି ଯୋଜନା ରହିଛି । ଖୋର୍ଦ୍ଧାର ଖଣି ଖଦାନ ନେଇ ଏନଜିଟି ନିର୍ଦ୍ଦେଶ ଉପରେ ଅପିଲ କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି ।