Advertisment

ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଇଛି ଆଇନ ବିଭାଗ !

ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Puri Srimandir Law Department

Law Department

ଆଇନ ବିଭାଗରୁ ଫାଇଲ ଗାଏବ । ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଇଛି ଆଇନ ବିଭାଗ । ଜେଟିଏର ଦୁଇଟି ଫାଇଲ ପାଉନି ରାଜ୍ୟ ଆଇନ ବିଭାଗ । ଏହାପରେ ହଜି ଯାଇଥିବା ଫାଇଲ ଖୋଜିବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି । ହାଇକୋର୍ଟରେ ଜବାବ ଦାଖଲ କରିବାକୁ ଥିବା ବେଳେ ହଜି ଯାଇଥିବା ଫାଇଲ ପାଉନଥିବାରୁ ଅକଳରେ ପଡିଛି ଆଇନ୍ ବିଭାଗ । ହଜି ଯାଇଥିବା ଫାଇଲ୍ ଖୋଜିବାକୁ ବିଭାଗର ସବୁ ସେକ୍ସନକୁ ବିଭାଗୀୟ ଅନୁ ସଚିବ ଚିଠି ଲେଖିଛନ୍ତି । ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଜେଟିଏ)ର ଦୁଇଟି ଫାଇଲ (ଜେଟିଏ-୫୫/୨୦୦୬ ଓ ଜେଟିଏ-୦୬/୨୦୧୪)କୁ ରାଜ୍ୟ ଆଇନ ବିଭାଗ ବହୁ ଖୋଜାଖୋଜି କଲା ପରେ ମଧ୍ୟ ପାଇପାରୁ ନାହିଁ। ତେଣୁ ଆଇନ୍‌ ବିଭାଗ ପକ୍ଷରୁ ହଜି ଯାଇଥିବା ଫାଇଲକୁ ଖୋଜିବାକୁ ଆଜି (୨୦୨୩ ଏପ୍ରିଲ ୧୮) ସବୁ ବିଭାଗକୁ ଚିଠି କରାଯାଇଛି ।

Advertisment
Law Dept. Letter(Letter To Law Dept)

ଆଇନ୍‌ ବିଭାଗ ପକ୍ଷରୁ ଚିଠିରେ କୁହାଯାଇଛି ଯେ, ଏକ ମାମଲା ନେଇ ହାଇକୋର୍ଟରେ ଜବାବ ଦାଖଲ କରିବା ଆବଶ୍ୟକ ଅଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଉଦ୍ୟମ କରାଯାଉ। ଯଦି ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ଫାଇଲ ଠିକ୍‌ ସମୟରେ ମିଳିବ, ତା’ହେଲେ ଜେଟିଏ ସେକ୍ସନରେ ତୁରନ୍ତ କରାଯାଉ ବୋଲି କୁହାଯାଇଛି। ଅନ୍ୟପଟରେ ଫାଇଲ ଯଦି ନମିଳୁଛି, ତା’ହେଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ହୋଇଛି ।

Lord Jagannath
Advertisment
Advertisment