/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672070335.jpg)
Puri Temple
ଶ୍ରୀମନ୍ଦିର ବାଇଶି ପାହାଚରେ ଅତ୍ୟଧିକ ଭିଡ଼ । ବାଇଶି ପାହାଚରେ ହେଲା ଠେଲାପଲା । ୬ ଜଣ ସ୍କୁଲ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା । ଅସୁସ୍ଥ ସମସ୍ତ ଛାତ୍ରୀ ମୟୂରଭଞ୍ଜ ହୃଦାନନ୍ଦ ହାଇସ୍କୁଲର ବୋଲି ଜଣାପଡ଼ିଛି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
Advertisment
ତେବେ ନୂଆ ବର୍ଷ ପୂର୍ବରୁ ଜଗା ଦୁଆରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପ୍ରତିଦିନ ରାଜ୍ୟ ତଥା ଦେଶ ବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ର । ମରିଚିକୋଟ୍ ଛକରୁ ବ୍ୟାରିକେଡ୍ ଦେଇ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଶ୍ରୀଜିଉଙ୍କ ଦର୍ଶନ କରି ନବବର୍ଷ ସୁଖଶାନ୍ତିରେ କଟିବାକୁ ପ୍ରାର୍ଥନା କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଭକ୍ତଙ୍କ ଭିଡ଼କୁ ଦେଖି ଶୃଙ୍ଖଳିତ ନୀତିକାନ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)