/odishatv-khabar/media/post_attachments/uploadimage/library/16_9/16_9_0/Puri_1665041213.jpg)
Puri
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି । ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଥିବାରୁ ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି ।
ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶକୁ ଭକ୍ତ ଭିତର କାଠ ନିକଟରୁ ଦର୍ଶନ କରିବାର ସୁଯୋଗ ପାଉଛନ୍ତି । ଆଜି ଠାରୁ କାର୍ତ୍ତିକ ପୁର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ବାଳଭୋଗ ଲାଗି ହେବାର ପରମ୍ପରା ରହିଛି । କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରୁଛନ୍ତି ।
ଆଜି ଶ୍ରୀକ୍ଷେତ୍ରରେ ଅନନ୍ୟ ପରମ୍ପରା ଗୋଷାଣୀ ଯାତ୍ରା ରହିଛି । ଗୋଷାଣୀ ଦେବୀମାନଙ୍କର ବଡଦାଣ୍ଡରେ ହେବ ଦେବସଭା । ଗତ ଦୁଇବର୍ଷ ହେବ କରୋନା ଯୋଗୁଁ ଗୋଷାଣୀ ଯାତ୍ରା ଫିକା ପଡିଥିବା ବେଳେ ଏଥର ବେଶ ଜାକ ଜମକରେ ପାଳିତ ହେବ । ବଡଦାଣ୍ଡର ଆକର୍ଷଣୀୟ ଆଲୋକ ମାଳା ସହ ଗୋଶାଣୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)