/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738596437.jpg)
travis head
ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡିକରେ ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ପାଲଟିଥିବା ଅଷ୍ଟ୍ରେଲିଆର ଟ୍ରାଭିସ ହେଡ ଆଉ ଏକ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଆଲାନ ବର୍ଡର ପୁରସ୍କାର ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ହେଡ ଏହି ପୁରସ୍କାର ଦୌଡରେ ଜୋଶ ହାଜେଲଉଡ ଓ ପ୍ୟାଟ କମିନ୍ସଙ୍କୁ ପଛରେ ପକାଇଛନ୍ତି।
ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇବ କି କ୍ରିକେଟର କଳା ଇତିହାସ ? ସେବେ ଗାଙ୍ଗୁଲି-ଏବେ ରୋହିତ !
ହେଡ ସମୁଦାୟ ୨୦୮ ଖଣ୍ଡ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଥିଲେ। ହାଜେଲଉଡଙ୍କ ଠାରୁ ସେ ୫୦ ଓ କମିନ୍ସଙ୍କ ଠାରୁ ୬୧ ଖଣ୍ଡ ଭୋଟ ଅଧିକ ପାଇଥିଲେ। ୨୦୨୪ରେ ହେଡ ଅଷ୍ଟ୍ରେଲିଆ ପାଇଁ ୧୪୨୭ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ଟି ଶତକ ସାମିଲ ରହିଥିଲା। ଆଲେକ୍ସ କେରୀଙ୍କୁ ପଛରେ ପକାଇ ସେ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ।
୨୦୨୪ରେ ୧୩.୧୭ ଆଭରେଜରେ ୩୦ ଟେଷ୍ଟ ୱିକେଟ ନେଇଥିବା ଜୋଶ ହାଜେଲଉଡଙ୍କୁ ଶ୍ରଷ୍ଠ ବୋଲର ଭାବେ ସେନ ୱାର୍ନ ପୁରସ୍କାର ହାସଲ କରିଥିଲେ। ଆଡାମ ଜାମ୍ପାଙ୍କୁ ଶ୍ରେଷ୍ଠ ପୁରୁଷ ଟି୨୦ ବୋଲର ଘୋଷଣା କରାଯାଇଥିଲା। ମହିଳା କ୍ରିକେଟରଙ୍କ ମଧ୍ୟରେ ଆନାବେଲ ସଦରଲାଣ୍ଡଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ତାଙ୍କୁ ବେଲିଣ୍ଡା କ୍ଲାର୍କ ପୁରସ୍କାର ଦିଆଯାଇଥିଲା। ବ୍ୟାଟ ଜରିଆରେ ସେ ୭୯୮ ରନ ସ୍କୋର କରିଥିବା ବେଳେ ବୋଲିଂରେ ନେଇଥିଲେ ୩୪ ୱିକେଟ। ଏହି ପୁରସ୍କାର ଦୌଡରେ ସେ ଆସଲେ ଗାର୍ଡନର ଓ ବେଥ ମୁନିଙ୍କୁ ପଛରେ ପକାଇଥିଲେ।
ତେବେ ଦିନିକିଆରେ ୩୮୫ ରନ ସହିତ ୨୩ ୱିକେଟ ନେଇଥିବା ଗାର୍ଡନରଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ଓ ୬୧୮ ରନ ସ୍କୋର କରିଥିବା ମୁନିଙ୍କୁ ଶ୍ରେଷ୍ଠ ଟି୨୦ ଖେଳାଳି ଘୋଷଣା କରାଯାଇଥିଲା। ଏହା ସହିତ ବିଗ ବାସ ଲିଗର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ଲେନ ମ୍ୟାକ୍ସୱେଲ ଓ କୁପର କନଲିଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟ ପକ୍ଷରେ ଏଲିସ ପେରୀ ଓ ଜେସ ଜୋନାସେନଙ୍କୁ ମିଳିତ ଭାବେ ମହିଳା ବିଗ ବାସ ଲିଗର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)