Advertisment

Barabati Match: ବାରବାଟୀରେ ଇଣ୍ଡିଆ-ଇଂଲଣ୍ଡ ମ୍ୟାଚ୍; ଟିକେଟ୍ ପାଇଁ ରାତିରୁ ଲମ୍ବା ଲାଇନ

ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍।

author-image
Tapaswini Nayak
Barabati Match

Barabati Match

ସୁପର୍ ସଣ୍ଡେରେ ଇଣ୍ଡିଆ-ଇଂଲଣ୍ଡ ସୁପର ଟକ୍କରକୁ ଆଉ ମାତ୍ର ୩ ଦିନ। ହେଲେ ମ୍ୟାଚ ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଭୟଙ୍କର କ୍ରେଜ୍। ଟିକେଟ୍ ପାଇଁ ଧାଡ଼ି ବାନ୍ଧିବାକୁ ରାତି ସାରା ଉଜାଗର ରହି ବସି ରହିଛନ୍ତି ଦର୍ଶକ।

Advertisment

ଆସନ୍ତା ୯ ତାରିଖରେ ଖେଳାଯିବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ପାଇଁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜିଠୁ ୨ ଦିନ ଯାଏଁ କାଉଣ୍ଟରରେ ବିକ୍ରି ହେବ ଟିକେଟ୍।

ତେଣୁ ରାତିରୁ ବାରବାଟୀ ଷ୍ଟାଡ଼ିୟମରେ ଥିବା କାଉଣ୍ଟର ଆଗରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସକାଳ ୯ ଟାରୁ କାଉଣ୍ଟର ଖୋଲିବାକୁ ଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ୍ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Advertisment

ଅନ୍ୟପକ୍ଷରେ ସବୁଠୁ ବଡ଼ କଥା ହେଉଛି, ଏଥର ପ୍ରଥମ ଥର ରାଜ୍ୟର ସ୍ୱନାମଧନ୍ୟ ବ୍ୟକ୍ତିବିଶେଷଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ଲିଜେଣ୍ଡ୍ରି ଲାଉଞ୍ଜର ବ୍ୟବସ୍ଥା କରିଛି ଓସିଏ।

ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଗୌରବାନ୍ୱିତ କରିଥିବା ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରିବା ସହ ମ୍ୟାଚ୍ ଉପଭୋଗ କରିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାଭେଲିୟନର ବ୍ୟବସ୍ଥା କରାଯାଇଛି।

ପଦ୍ମ ବିଜେତା ହଳଧର ନାଗ, ଜିତେନ୍ଦ୍ରୀୟ ହରିପାଲ, ପ୍ରତିଭା ଶତପଥୀ, ସୁଦର୍ଶନ ପଟ୍ଟନାୟକ, ଅରୁଣା ମହାନ୍ତି, ସୁଦର୍ଶନ ସାହୁଙ୍କ ଭଳି ୩୦ ଜଣଙ୍କୁ ଲିଜେଣ୍ଡାରି ବକ୍ସରେ ବସି ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଛି ଓସିଏ।

ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ।

Cuttack OCA Barabati
Advertisment
Advertisment